ଛାତ୍ର ସଂସଦ ନିର୍ବାଚନ ବାତିଲ, ବିକ୍ଷୋଭ ପ୍ରଦର୍ଶନ କଲା ଛାତ୍ର କଂଗ୍ରେସ - ବିକ୍ଷୋଭ ପ୍ରଦର୍ଶନ କଲା ଛାତ୍ର କଂଗ୍ରେସ

🎬 Watch Now: Feature Video

thumbnail

By ETV Bharat Odisha Team

Published : Sep 16, 2023, 9:11 AM IST

ପୁରୀ: ଚଳିତ ବର୍ଷ ମଧ୍ୟ ହେବା ନାହିଁ ଛାତ୍ର ସଂସଦ ନିର୍ବାଚନ । ସରକାରଙ୍କ ଏପରି ନିଷ୍ପତ୍ତିକୁ ନେଇ ବିଭିନ୍ନ ଛାତ୍ର ସଂଗଠନ ବିରୋଧ ପ୍ରଦର୍ଶନ କରୁଛନ୍ତି । ଉଚ୍ଚ ଶିକ୍ଷା ବିଭାଗର କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ ନେଇ କୌଣସି ତଥ୍ୟ ପ୍ରକାଶ ପାଇନଥିବାରୁ ଏହାକୁ ତୀବ୍ର ବିରୋଧ କରିଛି ପୁରୀ ଜିଲ୍ଲା ଛାତ୍ର କଂଗ୍ରେସ । ବିଜେଡି ସରକାର ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାରକୁ କ୍ଷୁର୍ଣ୍ଣ କରିଥିବା ଅଭିଯୋଗ ଆଣି ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଛାତ୍ର କଂଗ୍ରେସର ସଦସ୍ୟ । 

ଏହା ମଧ୍ୟ ପଢନ୍ତୁ-ଛାତ୍ର ସଂସଦ ନିର୍ବାଚନ ବନ୍ଦ: ଆରଡିସି ଅଫିସ ଘେରିଲା ABVP, ନିଷ୍ପତ୍ତି ପରିବର୍ତ୍ତନକୁ ଦାବି

ତୁରନ୍ତ ରାଜ୍ୟ ସରକାର କଲେଜ ଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ କରନ୍ତୁ ବୋଲି ଦାବି କରିଛି ଛାତ୍ର କଂଗ୍ରେସ । ଏନେଇ ପୁରୀ ଜିଲ୍ଲା ଛାତ୍ର କଂଗେସ ସଭାପତି ଆଶୁତୋଷ ମିଶ୍ର କହିଛନ୍ତି ଯେ, ଛାତ୍ର ସଂସଦ ନିର୍ବାଚନ ଦ୍ଵାରା ଦେଶକୁ ନୂଆ ନେତା ମିଳିଥାଏ । କଲେଜ ନିର୍ବାଚନରୁ ନୂଆ ନେତା ସୃଷ୍ଟି ହୋଇ ଥାଆନ୍ତି । ନୂଆ ପିଢ଼ିର ନେତୃତ୍ୱ ସୃଷ୍ଟି ହୋଇଥାଏ । ହେଲେ ବିଜେଡି ସରକାର କେବଳ ନିଜର ସଙ୍ଗଠନ ଦୃଢ଼ ରଖିବା, ଭୋଟ ହାତେଇବା ପାଇଁ ଜାଣିଶୁଣି କଲେଜରେ ନିର୍ବାଚନ କରୁନାହିଁ । କାଳେ ବିଜେଡ଼ିର ସମର୍ଥନ କମ ହେବ, ଯୁବ ଭୋଟର ବିଜେଡି ଠାରୁ ଦୂରେଇ ଯିବେ । ଏମିତି ଆଶଙ୍କା କରି କଲେଜରେ ନିର୍ବାଚନକୁ ବାତିଲ କରାଯାଉଛି। ଏହା ଦ୍ବାରା କଲେଜର ବିଭିନ୍ନ ସମସ୍ୟା, ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ହୋଇ ପାରୁନାହିଁ ।

ଇଟିଭି ଭାରତ, ପୁରୀ

 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.