thumbnail

By ETV Bharat Odisha Team

Published : Sep 13, 2023, 3:02 PM IST

ETV Bharat / Videos

ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ; ଖୋର୍ଦ୍ଧାରେ ପାଠପଢ଼ା ଠପ

ଖୋର୍ଦ୍ଧା: ତୀବ୍ର ହେଉଛି ଶିକ୍ଷକ ଆନ୍ଦୋଳନ । ଆଜିଠୁ ସମୂହ ଛୁଟିରେ ରହିଛନ୍ତି 1 ଲକ୍ଷ 30 ହଜାର ପ୍ରାଥମିକ ଶିକ୍ଷକ । ବିଭିନ୍ନ ଦାବି ପୂରଣ ନେଇ ଆଜି ବିଇଓ ଅଫିସ ଆଗରେ ଧାରଣା ଦେଇଛନ୍ତି ଶିକ୍ଷକ । ଫଳରେ ପାଠପଢା ଠପ ହୋଇଛି । ସ୍କୁଲରେ ତାଲା ପଡିଛି । ଖୋର୍ଦ୍ଧା ଜିଲ୍ଲାର 10ଟି ବ୍ଲକର 4 ହଜାରରୁ ଉର୍ଦ୍ଧ୍ବ ଶିକ୍ଷକ, ଶିକ୍ଷୟିତ୍ରୀ ଛୁଟିରେ ଯାଇ ପ୍ରତି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ଯାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି  । ଫଳରେ ଜିଲ୍ଲାରେ ପିଲାଙ୍କ ପଠପଢ଼ା ଏକ ପ୍ରକାର ଠପ ହୋଇ ଯାଇଥିବା ଦେଖିବାକୁ ମିଳିଛି । ୩ ଦଫା ଦାବି ପୂରଣ ପାଇଁ ଦୀର୍ଘ ଦିନ ହେବ ଆନ୍ଦୋଳନ ଜାରି ରଖିଛି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ । ଠିକା ଅବଧିକୁ ୬ ବର୍ଷ ଏବଂ ଶିକ୍ଷାକର୍ମୀ ୪ ବର୍ଷ ସମୟକୁ ଚାକିରିରେ ଗଣନା କରି ନ୍ୟାସନାଲ ଓ ଇନକ୍ରିମେଣ୍ଟ ପ୍ରଦାନ କରିବା, ଏକ୍ସ କ୍ୟାଡ଼ର ଶିକ୍ଷକଙ୍କୁ ଏଲିମେଣ୍ଟାରୀ କ୍ୟାଡରଭୁକ୍ତ କରିବା, କଳା କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ କରିବା ଦାବି ସହ ଯୁକ୍ତଦୁଇ ଯୋଗ୍ୟତା ଆଧାରରେ ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ ସହ ପୁରୁଣା ପେନସନ ପୁନଃ ପ୍ରଚଳନ ପାଇଁ ଆନ୍ଦୋଳନ ଚଳାଇଛନ୍ତି ପ୍ରାଥମିକ ଶିକ୍ଷକ । ଏନେଇ ପୂର୍ବରୁ ସଙ୍ଘ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ସରକାର କର୍ଣ୍ଣପାତ କରିନଥିଲେ । ଫଳରେ ଆଜି ଏଭଳି ପରିସ୍ଥିତି ଉପୁଜିଛି ବୋଲି ସଙ୍ଘର ରାଜ୍ୟ ଉପସଭାପତି କହିଛନ୍ତି । ଦାବି ପୁରଣ ନହେବା ପର୍ଯ୍ୟନ୍ତ ଶିକ୍ଷାଦାନ ପ୍ରକ୍ରିୟାରେ ସହଯୋଗ କରିବେ ନାହିଁ ବୋଲି ରୋକଠୋକ ଶୁଣାଇଛନ୍ତି । ଜିଲ୍ଲା ବେଗୁନିଆ ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି, ଶିକ୍ଷକମାନଙ୍କ ସମୂହ ଛୁଟିରେ ଯିବା କାରଣରୁ ଶିକ୍ଷାଦାନ ପକ୍ରିୟା ବାଧାପ୍ରାପ୍ତ ହୋଇଛି ଏବଂ ଆସନ୍ତାକାଲିଠାରୁ ହାଇସ୍କୁଲ୍‌ ଶିକ୍ଷକମାନଙ୍କୁ ନିୟୋଜିତ କରାଯାଇ ପାଠପଢ଼ା ସ୍ୱାଭାବିକ କରାଯିବ ।

ଏହା ବି ପଢନ୍ତୁ...ଆଜିଠୁ ସାମୂହିକ ଛୁଟିରେ ଠିକା ଶିକ୍ଷକ ସଂଘ

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.