୨୦୪୭ ବେଳକୁ NLUରୁ ଜାତୀୟ ନେତାଙ୍କୁ ଦେଖିବାକୁ ଆଶା ରହିଛି: ରାଷ୍ଟ୍ରପତି - President Droupadi Murmu at law university
🎬 Watch Now: Feature Video
କଟକ: ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଇ ଅଭିଭାଷଣ ରଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସମ୍ବିଧାନର ସୁରକ୍ଷା ପାଇଁ ସେ ଲ' ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, "ଆଇନ ଉଚ୍ଚଶିକ୍ଷାରେ ଛାତ୍ରଙ୍କଠାରୁ ଛାତ୍ରୀଙ୍କ ସଂଖ୍ୟା ଅଧିକ। ବୃତ୍ତିଗତ ଜୀବନରେ କିଛି ସମୟ ଅବହେଳିତଙ୍କ ପାଇଁ ଦିଅନ୍ତୁ। " ଗରିବ ଓ ତଳ ଶ୍ରେଣୀର ଲୋକଙ୍କୁ ନ୍ୟାୟ ଦେବା ପାଇଁ ପ୍ରଚେଷ୍ଟା କରିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। ରାଷ୍ଟ୍ରପତି କହିଛନ୍ତି, "୨୦୪୭ ବେଳକୁ NLUରୁ ଜାତୀୟ ନେତାଙ୍କୁ ଦେଖିବାକୁ ଆଶା ରହିଛି।"
ଏହା ବି ପଢନ୍ତୁ...କଟକରେ ରାଷ୍ଟ୍ରପତିଙ୍କର ଦିନଟିଏ, ଏମିତି କହିଲେ ଛାତ୍ରଛାତ୍ରୀ- ବୁଦ୍ଧିଜୀବୀ
ଏହାସହ ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ 225ଜଣଙ୍କୁ ଡିଗ୍ରୀ ସହ 4ଜଣଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି। ଏହାସହ 22ଜଣଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଛି। ଏହି ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି, ରାଜ୍ୟପାଳଙ୍କ ସମେତ ହାଇକୋର୍ଟର ମୁଖ୍ୟ ବିଚାରପତି ମଧ୍ୟ ଯୋଗ ଦେଇଥିଲେ। ଏହା ପୂର୍ବରୁ ହାଇକୋର୍ଟ ଏବଂ SCB ମେଡିକାଲ କଲେଜରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଷ୍ଟ୍ରପତି।
ଇଟିଭି ଭାରତ, କଟକ