କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତି, ପ୍ରଶାସନର ମକଡ୍ରିଲ - କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତି
🎬 Watch Now: Feature Video
ବାଲେଶ୍ବର: ଜିଲ୍ଲାରେ ସମ୍ଭାବ୍ୟ କୋଭିଡ ମୁକାବିଲା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନର ମକଡ୍ରିଲ୍। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ଫକୀର ମୋହନ ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିସରରେ ଥିବା କୋଭିଡ-୧୯ ହସ୍ପିଟାଲରେ ସ୍ଥିତି ପରଖିଛନ୍ତି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ଶିନ୍ଦେ । ବିଭିନ୍ନ ରାଜ୍ୟରେ କୋଭିଡ-୧୯ ରୋଗୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବା ଦୃଷ୍ଟିରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମକଡ୍ରିଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ବାଲେଶ୍ଵର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କୋଭିଡ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ବର୍ତ୍ତମାନ ବାଲେଶ୍ଵର ଜିଲ୍ଲାରେ କୋଭିଡର ସ୍ଥିତି ସ୍ବଭାବିକ ଥିବା ବେଳେ ଏଯାଏଁ ଜଣେ ବି କେହି ଗୁରୁତର ସଂକ୍ରମିତ ହୋଇଥିବା ନଜରକୁ ଆସିନାହିଁ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତରେ ଥିବା କୋଭିଡ ହସ୍ପିଟାଲ ପ୍ରଥମ ପର୍ଯ୍ୟାୟରେରେ ୨୫ ଟି ଶଯ୍ୟା ସହ ଅକ୍ସିଜେନ ପ୍ରସ୍ତୁତ ରଖାଯାଇଛି । ସେହିଭଳି ଭେଣ୍ଟିଲେଟର ସହ ଆବଶ୍ୟକୀୟ ଔଷଧ ମଧ୍ୟ ପ୍ରସ୍ତୁତ ରହିଛି । ଆବଶ୍ୟକ ଯଦି ପଡେ ଅଧିକ ଷ୍ଟାଫ ସହ ୧୦୦ ବେଡର ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି ।
ଇଟିଭି ଭାରତ, ବାଲେଶ୍ବର