OPSC Result: ଉପାନ୍ତ ଅଞ୍ଚଳରୁ OAS ଯାତ୍ରା, ୩ନଂ ରାଙ୍କରେ ତେଲକୋଇର ପ୍ରଣବ ରଞ୍ଜନ ସାହୁ

By

Published : Aug 1, 2023, 6:39 PM IST

thumbnail

କେନ୍ଦୁଝର:  ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କେନ୍ଦୁଝର ଜିଲ୍ଲାକୁ ଆଶାତୀତ ସଫଳତା ମିଳିଛି । ପ୍ରଥମ ସ୍ଥାନ ଓ ତୃତୀୟ  ସ୍ଥାନରେ ଜିଲ୍ଲାର ଦୁଇପୁଅଙ୍କୁ  ସଫଳ ମିଳିଛି । କେନ୍ଦୁଝର ଜିଲ୍ଲାର ପ୍ରଥମ ସ୍ଥାନରେ ପାଟଣା ବ୍ଲକ ସୁଦେଵ ସାହୁ ହୋଇଥିଲା ବେଳେ ଉପାନ୍ତ ତେଲକୋଇ ବ୍ଲକର ପ୍ରଣବ ରଞ୍ଜନ ସାହୁ ଓଏଏସ ୩ନଂ ରାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ପ୍ରଣବ ରଞ୍ଜନ ଭବିଷ୍ୟତରେ କଲେକ୍ଟର ହେବାକୁ ଇଚ୍ଛା ରଖିଛନ୍ତି । 

୨୦୧୬ ରୁ ୨୦୨୦ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଓୟୁଏଟିରେ ବିଏସସି ଏଗ୍ରିକଲଚର ପାଠ ପଢିବା ପରେ ୨୦୨୧-୨୨ ପର୍ଯ୍ୟନ୍ତ ନୂଆ ଦିଲ୍ଲୀସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାରେ ଏମଏସି ଏଗ୍ରିକଲଚରରେ ପାଠ ପଢ଼ିଛନ୍ତି। ବର୍ତ୍ତମାନ ସେ ସପ୍ତାହେ ତଳେ ଗତ ୨୧ ତାରିଖ ଦିନ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକରେ ସହକାରୀ କୃଷି ଅଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ । ପ୍ରଣବ ଚାରିଗଡ ମହାବିଦ୍ୟାଳୟର ଅଧ୍ୟକ୍ଷ ମାନଗୋବିନ୍ଦ ସାହୁ ଓ ମାତା ବୀଣାପାଣି ସାହୁଙ୍କ ଏକମାତ୍ର ପୁତ୍ର । ପୁଅର ସଫଳତାରେ ପରିବାର ତଥା ତେଲକୋଇ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ଶୁଭେଚ୍ଛାର ସୁଅ ଛୁଟୁଛି । 

ଅଧିକ ପଢନ୍ତୁ: OAS ପରୀକ୍ଷାରେ 30 ରାଙ୍କ୍‌ରେ ଶ୍ୱେତଲିନା, ‘କୃଷି କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ଦେବା ଲକ୍ଷ୍ୟ’

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.