thumbnail

By ETV Bharat Odisha Team

Published : Nov 27, 2023, 4:29 PM IST

Updated : Nov 27, 2023, 5:47 PM IST

ETV Bharat / Videos

ଶଙ୍ଖ ଫୁଙ୍କିଲେ ପାଣ୍ଡିଆନ: କଟକ ମେୟର କହିଲେ ଦଳ ହେବ ଅଧିକ ମଜଭୁତ

କଟକ: ଶେଷରେ ସବୁ କଳ୍ପନା ଜଳ୍ପନାର ଘଟିଛି ଅନ୍ତ । ବିଜୁ ଜନତା ଦଳରେ ମିଶିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ତଥା ଏବର 5ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଦୀର୍ଘ ଦିନ ଧରି ପ୍ରଶାସନିକ ସେବା ରହିବା ପରେ ସେ ସ୍ବତଃ ଭିଆରଏସ ନେଇଥିଲେ । ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ 5ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ପଦରେ ନିଯୁକ୍ତ କରିଥିଲେ ।  ଆଜି ବିଜୁ ଜନତା ଦଳରେ ଦଳରେ ବିଧିବଦ୍ଧ ଭାବରେ ଯୋଗଦାନ କରିଛନ୍ତି ପାଣ୍ଡିଆନ । ରାଜନୀତିରେ ପାଣ୍ଡିଆନଙ୍କ ଏଣ୍ଟ୍ରି ପରେ ଏବେ ଚର୍ଚ୍ଚା ଜୋର ଧରିଛି । ଏନେଇ ରାଜନୈତିକ ବ୍ୟକ୍ତିବିଶେଷ ତାଙ୍କର ମତ ରଖିଛନ୍ତି । 

ଏହା ମଧ୍ୟ ପଢନ୍ତୁ... ଚର୍ଚ୍ଚାର ଅନ୍ତ: ଶେଷରେ ଶଙ୍ଖ ଫୁଙ୍କିଲେ ପାଣ୍ଡିଆନ, ଏଣିକି ବୋଲାଇବେ ବିଜେଡି ନେତା

କଟକ ମହାନଗର ନିଗମର ମେୟର ସୁବାସ ସିଂଙ୍କ ମତରେ ଦଳରେ ପାଣ୍ଡିଆନ ଏକ ମୁଖ୍ୟ ଭୂମିକାରେ ନଜର ଆସନ୍ତୁ । କାହିଁକି ନା ଅନେକ ବର୍ଷ ଧରି ସେ ମୁଖ୍ୟମନ୍ତ୍ରୀଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବରେ ଜଡିତ ଅଛନ୍ତି । ଏହାଛଡ଼ା ରାଜ୍ୟର ବିକାଶ ଦିଗରେ ପାଣ୍ଡିଆନ ମଧ୍ୟ ଅନେକ ଭୂମିକା ଗ୍ରହଣ କରୁଛନ୍ତି । ତେଣୁ ସେ ଦଳକୁ ଆସିଲା ପରେ ବିଜେଡି ଆହୁରି ମଜଭୁତ ହେବ । ସେହିପରି ବିଧାୟକ ମହମ୍ମଦ ମୋକିମଙ୍କ ମତରେ ସେ ଅନେକ ଦିନ ଧରି ଭିଆରଏସ ନେଇଥିଲେ । ଏହାଛଡା ବିଜେଡିକୁ ଡେଇଁବା ପାଇଁ ମଧ୍ୟ ସେ ମନ ବଳାଇଥିଲେ। ଏଥିରେ ଆଚମ୍ବିତ ହେବାର କିଛି ନାହିଁ । ସେ ଦଳୀୟ କର୍ମୀ ଭାବରେ ଏଣିକି ନଜର ଆସିବେ । ତେଣୁ କଂଗ୍ରେସ ପୂର୍ବରୁ ଯେପରି ଶାଣିତ ଭାବରେ ଶାସକଦଳକୁ ଟାର୍ଗେଟ କରୁଥିଲା ସେହିପରି ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି କହିଛନ୍ତି ବିଧାୟକ ମହମ୍ମଦ ମୋକିମ ।

ଇଟିଭି ଭାରତ, କଟକ

Last Updated : Nov 27, 2023, 5:47 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.