thumbnail

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ; ଅନୁଭୂତି ବଖାଣିଲେ ନେତା-ପ୍ରଶାସକ

By ETV Bharat Odisha Team

Published : Jan 17, 2024, 4:12 PM IST

Parikrama Project Inauguration; ପୁରୀ: ବହୁ ପ୍ରତୀକ୍ଷାର ହେଲା ଅନ୍ତ । ଭକ୍ତଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଗଜପତି ମହାରାଜାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହୋଇଛି । ଏଥିପଇଁ ଗତ ୧୨ ଜାନୁଆରୀରୁ ପୂଜାବିଧି ଓ ୧୫ରୁ ମହାଯଜ୍ଞ ଆରମ୍ଭ ହୋଇଥିଲା । ତେବେ ଆଜି ଗଜପତି ମହାରାଜଙ୍କ ଦ୍ବାରା ମହାଯଜ୍ଞର ପୂର୍ଣ୍ଣାହୁତି ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଜି ଏହି ମହୋତ୍ସବରେ ଦେଶ ବିଦେଶରୁ ବହୁ ସାଧୁସନ୍ଥ ଓ ଅତିଥି ଯୋଗ ଦେଇଥିଲେ । ବହୁ ବିଧାୟକ ଓ ସାଂସଦ ମଧ୍ୟ ଏଥିରେ ଯୋଗ ଦେଇଥିଲେ । ବିଜେଡି ସାଂସଦ ସୁଲତା ଦେଓ ଏହି ଅବସରରେ ଜଗନ୍ନାଥଙ୍କ ନିକଟରେ ମୁଖ୍ୟନ୍ତ୍ରୀଙ୍କ ଆରୋଗ୍ୟମୟ ଜୀବନ ଏବଂ ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କରିଛନ୍ତି । ପୁରୀରେ ହାଲୁକା ବର୍ଷା ହୋଇଥିବା କହି ଏହାକୁ ଶୁଭ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମର ଦାସ । ପୋଲିସ ଡିଜି ଭକ୍ତଙ୍କ ସୁରକ୍ଷା ବ୍ୟବସ୍ଥା ସଠିକ ରହିଥିବା କହିଥିବାବେଳେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉନ୍ନତି ଓ ଅତିଥିଙ୍କ ପାଇଁ ହୋଇଥିବା ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନିମନ୍ତ୍ରିତ ଅତିଥି ।

ଏହା ମଧ୍ୟ ପଢ଼ନ୍ତୁ...ଅପେକ୍ଷାର ଅନ୍ତ; ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ପୂର୍ଣ୍ଣାହୁତି ଦେଲେ ଗଜପତି

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.