thumbnail

By ETV Bharat Odisha Team

Published : Nov 1, 2023, 3:52 PM IST

ETV Bharat / Videos

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କଂଗ୍ରେସ କର୍ମୀଙ୍କୁ ଉଠାଇଲା ପୋଲିସ

ଭବାନୀପାଟଣା: କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଛି ପୋଲିସ । ଆଜି କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ଏହା ପୂର୍ବରୁ କଂଗ୍ରେସ କର୍ମୀଙ୍କୁ ରାତି ଅଧିଆ ଉଠାଇ ନେଇଛି ପୋଲିସ । ମୁଖ୍ୟମନ୍ତ୍ରୀ ପ୍ରାୟ ୧୨ଟାରେ କଳାହାଣ୍ଡି ପହଞ୍ଚି ଥିଲେ । ଏହା ପୂର୍ବରୁ ସୁରକ୍ଷାକୁ ଦୃଷ୍ଟିରେ ରଖି କିଛି କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଛି ଜିଲ୍ଲା ପ୍ରଶାସନ । ମୁଖ୍ୟମନ୍ତ୍ରୀ କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଯୋଗ ଦେବା ସହ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଏହାସହ ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ଲକ୍ଷ୍ମୀ ବସର ମଧ୍ୟ ଶୁଭ ଉଦଘାଟନ କରିଛନ୍ତି  । 

ହେଲେ ଏହା ପୂର୍ବରୁ କଂଗ୍ରେସ କର୍ମୀଙ୍କୁ ରାତି ଅଧିଆ ଉଠାଇ ନେଇଛି ପୋଲିସ । ବିଳମ୍ବିତ ରାତିରେ ଯୁବ କଂଗେସ ଜିଲ୍ଲା ସଭାପତିଙ୍କ ସମେତ ପ୍ରାୟ ୧୦ ଜଣ କଂଗ୍ରେସ କର୍ମୀ ଓ ନେତାଙ୍କୁ ପୋଲିସ ଉଠାଇ ନେଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ସମୟରେ ଏହାକୁ କଂଗେସ ପକ୍ଷରୁ ବିରୋଧ କରିବାର କାର୍ଯ୍ୟକ୍ରମ ରହିଥିଲା । ଏହାକୁ ଦୃଷ୍ଟିରେ ରଖି ପୋଲିସ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଥିବା ଜଣାପଡିଛି । ସମସ୍ତ କର୍ମୀକୁ ଭବାନୀପାଟାଣା ଟାଉନ ଥାନାରେ ଅଟକ ରଖାଯାଇଥିବା ଜଣାପଡିଛି।

ଏହା ମଧ୍ୟ ପଢନ୍ତୁ...କଳାହାଣ୍ଡି ବିକାଶର କାହାଣୀ କହିବ ଲକ୍ଷ୍ମୀ ବସ, ନଭେମ୍ବର 1ରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଇଟିଭା ଭାରତ,କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.