ନକଲି ଆଧାର ତିଆରି କରିବା ପଡିଲା ମହଙ୍ଗା, ଦୁଇ ମହିଳା ସମେତ ତିନି ଗିରଫ - ସରକାରୀ କାଗଜପତ୍ରରେ ଜାଲିଆତି କରିବା ପଡିଲା ମହଙ୍ଗା
🎬 Watch Now: Feature Video
ବାଲେଶ୍ଵର: ସରକାରୀ କାଗଜପତ୍ରରେ ଜାଲିଆତି କରିବା ପଡିଲା ମହଙ୍ଗା । ଆଧାର କାର୍ଡରେ ବୟସ କମାଇ ଜାଲିଆତି କରୁଥିବା ଦୁଇଜଣ ମହିଳାଙ୍କ ସମେତ ଜଣେ ପୁରୁଷକୁ ବାନ୍ଧିଲା ପୋଲିସ । ବାଲେଶ୍ଵର ଜିଲ୍ଲା କଚେରୀ ହାଟରେ ଥିବା ଏକ ଜନସେବା କେନ୍ଦ୍ରରେ ଏମିତି ଘଟଣା ଦେଖିବାକୁ ମିଳିଛି । ସରକାରୀ ଚାକିରି ପାଇଁ ଆବେଦନ କରିବାକୁ ଆଧାର କାର୍ଡ଼ରେ ବୟସ ଓ ଜନ୍ମ ତାରିଖକୁ ହ୍ରାସ କରାଯାଉଥିଲା । ଦେଵଖୁଣ୍ଟା ଆଦର୍ଶ ଥାନା ପୋଲିସ ଟିମ୍ ସାଧା ପୋଷାକରେ କଚେରୀ ବଜାରର ଆଧାର କେନ୍ଦ୍ରରେ ଚଢ଼ାଉ କରିଥିଲେ । ଆଧାର କେନ୍ଦ୍ରରେ ବୟସ ସୀମା ହ୍ରାସ କରି ଆଧାର କାର୍ଡ଼ ପ୍ରସ୍ତୁତ ଲାଗି ଅଭିଯୁକ୍ତମାନେ ମୁଣ୍ଡ ପିଛା ଦୁଇ ହଜାର ଟଙ୍କା ନେଉଥିଲେ । ତିନି ଜଣଙ୍କୁ ପୋଲିସ ଗିରଫ କରିବା ସହ ଆଧାର କେନ୍ଦ୍ରରେ ଥିବା ଦୁଇଟି ଭିନ୍ନ କମ୍ପାନୀର ଲାପଟପ୍, ଗୋଟିଏ ପ୍ରିଣ୍ଟର, ଗୋଟିଏ ବାୟୋମାଟ୍ରିକ ଫିଙ୍ଗର ପ୍ରିଣ୍ଟ, ଜବତ କରିଛି ପୋଲିସ।
ଇଟିଭି ଭାରତ, ବାଲେଶ୍ଵର