ହ୍ବାଇଟ ହାଉସରେ ମୋଦିଙ୍କୁ ବାଇଡେନ ଦମ୍ପତିଙ୍କ ଭବ୍ୟ ସ୍ବାଗତ, ଦେଖନ୍ତୁ ଭିଡିଓ

By

Published : Jun 22, 2023, 10:20 AM IST

thumbnail

ୱାଶିଂଟନ: ତିନିଦିନିଆ ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୱାଶିଂଟନ ସିଟି ହ୍ବାଇଟ ହାଉସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ କରିଥିଲେ ବାଇଡେନ ଦମ୍ପତି । ହ୍ବାଇଟ ହାଉସରେ ମୋଦି ପହଞ୍ଚିବା ପରେ ତାଙ୍କୁ ଆମେରିାକ ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ପତ୍ନୀ ତଥା ପ୍ରଥମ ମହିଳା ଜିଲ ବାଇଡେନ ପାଛୋଟି ନେଇଥିଲେ । ଏହା ପରେ ଦୁଇ ରାଷ୍ଟ୍ର ମୁଖ୍ୟ ପରସ୍ପରକୁ ଉପହାର ଭେଟି ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦି ବାଇଡେନଙ୍କ ପତ୍ନୀଙ୍କୁ ଏକ ସବୁଜ ହୀରା ଉପହାର ଦେଇଥିଲେ । ଏହା ସହିତ ଚନ୍ଦନକାଠ ବାକ୍ସରେ ଗଣେଶ ମୂର୍ତ୍ତି ଓ ରୂପାର ଦୀପ ଉପହାର ଦେଇଛନ୍ତି ମୋଦି । ଆଜି ମୋଦିଙ୍କ ସମ୍ମାନାର୍ଥେ ହ୍ବାଉଟ ହାଉସରେ ନୈଶ ଭୋଜନର ଆୟୋଜନ ରହିଛି । ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ହେବ । ଆଜି ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ସମ୍ୱୋଧିତ କରିବେ ମୋଦି । ହ୍ବାଇଟ ହାଉସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବାଇଡେନ ଦମ୍ପତିଙ୍କର କିପରି ଥିଲା ସ୍ବାଗତ, ଦେଖନ୍ତୁ ଭିଡିଓ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.