PM Modi Roadshow: ପ୍ରଧାନମନ୍ତ୍ରୀଙ୍କ ମେଗା ରୋଡ ଶୋ, ଫୁଲ ବର୍ଷାରେ ମୋଦିଙ୍କୁ ସ୍ବାଗତ

By

Published : Mar 12, 2023, 1:51 PM IST

thumbnail

ବେଙ୍ଗାଲୁରୁ: କର୍ଣ୍ଣାଟକ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବେଙ୍ଗାଲୁରୁ ମାଣ୍ଡ୍ୟା ଠାରେ ଗ୍ରାଣ୍ଡ ରୋଡ ଶୋ କରିଛନ୍ତି ପ୍ରଧାନନ୍ତ୍ରୀ । ରାସ୍ତାରେ ଉପସ୍ଥିତ ଥିବା ହଜାର ହଜାର ବିଜେପି ସମର୍ଥକ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଗାଡି ଉପରେ ଫୁଲ ବର୍ଷା ହୋଇଥିଲା । ରାସ୍ତାର ଦୁଇ ପାଖରେ ଫୁଲ ବିଛା ଯାଇଥିଲା । ଗାଡିରୁ ବାହାରି ଲୋକଙ୍କୁ ହାତ ହଲାଇଥିଲେ ପ୍ରଧାନମନ୍ତ୍ରୀ । 

ଚଳିତ ବର୍ଷ ଏହା ପ୍ରଧାନମନ୍ତ୍ରୀଙ୍କ ଷଷ୍ଠ ଥର ପାଇଁ କର୍ଣ୍ଣାଟକ ଗସ୍ତ । ରୋ ଶୋ ପରେ କର୍ଣ୍ଣାଟକର ମାଣ୍ଡ୍ୟା ଠାରେ ପ୍ରମୁଖ ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ ସହ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ । ଏହାପରେ ଅପରାହ୍ନ 3ଟା 15ରେ ହୁବଳି ଧରୱାଡ ଠାରେ ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ମାଣ୍ଡ୍ୟା ଠାରେ ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସୱେକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ପ୍ରକଳ୍ପରେ ଏନଏଚ -୨୭୫ର ବେଙ୍ଗାଲୁରୁ-ନିଦଘଟ୍ଟା-ମହୀଶୂର ବିଭାଗର ୬-ଲେନ ବିଶିଷ୍ଟ ସଡକ ଅନ୍ତର୍ଭୁକ୍ତ ରହିଛି । ପ୍ରାୟ ୮୪୮୦ କୋଟି ଟଙ୍କା ବ୍ୟୟରେ ୧୧୮ କିଲୋମିଟରର ଏହି ଦୀର୍ଘ ପ୍ରକଳ୍ପର ବିକାଶ କରାଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.