ବାଜପେୟୀଙ୍କୁ ଝୁରୁଛି ଦେଶ, ଜନ୍ମଜୟନ୍ତୀରେ ଶ୍ରଦ୍ଧା ସୁମନ ଅର୍ପଣ କଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ - ବାଜପେୟୀଙ୍କ 99ତମ ଜନ୍ମଦିବସ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/25-12-2023/640-480-20351194-thumbnail-16x9-ddd.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Dec 25, 2023, 12:32 PM IST
Atal Bihari Vajpayee Birth Anniversary :
ନୂଆଦିଲ୍ଲୀ: ଅଟଳ ବିହାରୀ ବାଜପେୟୀ, ଜଣେ ରାଜନେତା, ଓଜସ୍ୱୀନି ବକ୍ତା, ପ୍ରସିଦ୍ଧ ହିନ୍ଦୀ କବି ଓ ସର୍ବୋପରି ଭାରତର ପ୍ରଧାନମନ୍ତ୍ରୀ । ସେ ଆଜି ନାହାନ୍ତି ସତ, କିନ୍ତୁ ଦେଶ ପ୍ରତି ତାଙ୍କର ଅବଦାନ ସର୍ବାଦା ସ୍ମରଣୀୟ । ଦେଶପ୍ରତି ସେବା ସମର୍ପଣ ଓ ନିଷ୍ଠା ପାଇଁ ତାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରାଯାଇଛି । ଆଜି ସେହି ମହାନ ଜନନାୟକଙ୍କ 99ତମ ଜନ୍ମଦିବସକୁ ପାଳୁଛି ଦେଶ । ଏହି ଅବସରରେ ନୂଆଦିଲ୍ଲୀ ସ୍ଥିତ ସୈଦେବ ଅଟଳରେ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ, ଲୋକସଭା ବଚାସ୍ପତି ଓ ବରିଷ୍ଠ ରାଜନେତା । ଆଜିର ଦିନକୁ ସୁଶାସନ ଦିବସ ଭାବେ ମଧ୍ୟ ପାଳନ କରାଯାଉଛି ।
ଏହା ମଧ୍ୟ ପଢନ୍ତୁ- ଅଟଳ ବିହାରୀ ବାଜପେୟୀଙ୍କ 99ତମ ଜନ୍ମଜୟନ୍ତୀ, ଆଧୁନିକ ଭାରତର ସେ ଥିଲେ କର୍ଣ୍ଣଧାର