ନୂଆ ସଂସଦ ଭବନରେ ସ୍ଥାପିତ ହେଲା ଐତିହ୍ୟ 'ସେଙ୍ଗୋଲ'

By

Published : May 28, 2023, 9:12 AM IST

Updated : May 28, 2023, 10:13 AM IST

thumbnail

ନୂଆଦିଲ୍ଲୀ: ନୂଆ ଭାରତର ଗୌବର ନୂଆ ସଂସଦ ଭବନ ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ନୂଆ ସଂସଦ ଭବନ ଉଦଘାଟନ ନେଇ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଙ୍ଗରେ ବାଚସ୍ପତି ଓମ ବିର୍ଲା ମଧ୍ୟ ପୂଜାରେ ସାମିଲ ହୋଇଥିଲେ । ସ୍ବତନ୍ତ୍ର ପୂଜାର୍ଚ୍ଚନାରେ ମହନ୍ତଙ୍କ ମନ୍ତ୍ରରେ ପ୍ରକମ୍ପିତ ହୋଇଥିଲା ଗଗନ ପବନ । ପୂଜା ପରେ ପରେ ନୂଆ ସଂସଦ ଭବନରେ ସ୍ଥାପନା ହୋଇଛି କ୍ଷମତା ହସ୍ତାନ୍ତରର ପ୍ରତୀକ 'ସେଙ୍ଗୋଲ' । 

ଲୋକସଭା ବାଚସ୍ପତିଙ୍କ ଆସନ ନିକଟରେ ଏହି ରାଜଦଣ୍ଡ 'ସେଙ୍ଗୋଲ'କୁ ସ୍ଥାପନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତ ଅଧିନମ ମଠ ମହନ୍ତଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରି ପ୍ରଧାନମନ୍ତ୍ରୀ ମୋଦି ସେଙ୍ଗୋଲ ସ୍ଥାପନା କରିଛନ୍ତି । ଅଧନମ ମଠ ମହନ୍ତଙ୍କ ମନ୍ତ୍ର ଉଚ୍ଚାରଣ ସହିତ ଲୋକସଭା ବାଚସ୍ପତିଙ୍କ ଆସନ ନିକଟରେ ଏହି ରାଜଦଣ୍ଡ 'ସେଙ୍ଗୋଲ'କୁ ସ୍ଥାପନା କରାଯାଇଥିଲା । ଭାରତୀୟ ସଂସ୍କୃତି ଓ ଧାର୍ମିକ ପ୍ରତୀକ ଭାବେ ରାଜଦଣ୍ଡ 'ସେଙ୍ଗୋଲ'କୁ ଲୋକସଭା ବାଚସ୍ପତିଙ୍କ ଆସନ ପାର୍ଶ୍ବରେ ସ୍ଥାପନା କରାଯାଇଛି । ଏହା ତାମିଲ ଶଦ୍ଦ ସେମାଲ (ଶଙ୍ଖର ଅର୍ଥ ବହନ କରୁଥିବା ଶଦ୍ଦ)ରୁ ଆସିଛି । ଏହି ସେଙ୍ଗୋଲ ସତ୍ୟ ଓ ପବିତ୍ରତାକୁ ବୁଝାଉଛି । 'ସେଙ୍ଗୋଲ' ସ୍ଥାପନା ପରେ ପରେ ନୂଆ ଭାରତର ନୂଆ ସଂସଦ ଭାରତର ଆତ୍ମା ଗଣତନ୍ତ୍ରର ମନ୍ଦିର ନୂଆ ସଂସଦ ଭବନ ଲୋକାର୍ପଣ କରିଥିଲେ ପ୍ରଧାନମନ୍ତ୍ରୀ । ଏହା ପରେ ନୂଆ ସଂସଦ ଭବନ ନିର୍ମାଣରେ ନିୟୋଜି ଶ୍ରମିକଙ୍କୁ ସମ୍ମାନିତ କରିଥିଲେ ପ୍ରଧାନମନ୍ତ୍ରୀ ।

Last Updated : May 28, 2023, 10:13 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.