thumbnail

କୋଣାର୍କ ସୂର୍ଯ୍ୟ ମନ୍ଦିରରେ ନୂଆ ବର୍ଷର ପ୍ରଥମ ସୂର୍ଯ୍ୟୋଦୟ

By ETV Bharat Odisha Team

Published : Jan 1, 2024, 10:41 AM IST

New Year 2024: କୋଣାର୍କ: ପୁରୁଣା ବର୍ଷକୁ ବିଦାୟ ଦେଇ ନୂତନ ବର୍ଷ 2024କୁ ସ୍ଵାଗତ କରିଛନ୍ତି ସମସ୍ତେ । ନୂଆ ବର୍ଷକୁ ନେଇ ଉତ୍ସବ ମୁଖର ପୁରଠୁ ପଲ୍ଲୀ । ନୂଆବର୍ଷ ସକାଳର ସୂର୍ଯ୍ୟ କୌଣାର୍କ ସୂର୍ଯ୍ୟ ମନ୍ଦିରରେ ଉଦୟ ହୋଇଛି । ସୂର୍ଯ୍ୟୋଦୟ ଦେଖିବାକୁ ସକାଳୁ ସକାଳୁ କୋଣାର୍କ ମନ୍ଦିରରେ ପର୍ଯ୍ୟଟକଙ୍କ ଭିଡ ଜମିଛି । ଶୀତୁଆ ସକାଳେ ପ୍ରଥମ ସୂର୍ଯୋଦୟ ଦେଖି ପରିବାର ମଙ୍ଗଳ ମନାସିଛନ୍ତି ହଜାର ହଜାର ପର୍ଯ୍ୟଟକ । ସେପଟେ  ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇଛି ଚନ୍ଦ୍ରଭାଗା ବେଳାଭୂମିରେ । ସମୁଦ୍ରରେ ସ୍ନାନ ସହିତ ସୂର୍ଯ୍ୟ ଦର୍ଶନ କରି ବେଶ ଉତ୍ସାହିତ ପର୍ଯ୍ୟଟକ । ନୂଆ ବର୍ଷ ଅବସରରେ ରାମଚଣ୍ଡୀ ପୀଠକୁ ଭକ୍ତଙ୍କ ସମାଗମ ହୋଇଛି । ସମୁଦ୍ରରେ ଜଳକ୍ରୀଡ଼ା କରି ନୂତନ ବର୍ଷକୁ ସ୍ବଗତ କରିଛନ୍ତି ପର୍ଯ୍ୟଟକ । 

ଏହା ମଧ୍ୟ ପଢନ୍ତୁ- ଉଇଁଲା ନୂଆ ବର୍ଷର ସୂର୍ଯ୍ୟ, ସମୁଦ୍ରକୂଳରେ ପର୍ଯ୍ୟଟକଙ୍କ ଭିଡ  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.