ମହୋଦଧିରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ, ସୂର୍ଯ୍ୟ ପୂଜା କରି କାର୍ତ୍ତିକ ବ୍ରତ ଶେଷ କଲେ ହବିଷ୍ୟାଳି

🎬 Watch Now: Feature Video

thumbnail

By

Published : Nov 8, 2022, 7:43 AM IST

Updated : Feb 3, 2023, 8:31 PM IST

ଆ-କା-ମା-ବୈ ପାନ ଗୁଆ ଥୋଇ, ପାନ ଗୁଆ ତୋର ମାସକ ଧର୍ମ ମୋର । ଏହି ଗୀତରେ ଗୁଞ୍ଜରିତ ହୋଇ ଉଠିଥିଲା ପୁରୀ ସମୁଦ୍ର ବେଳାଭୂମି । ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ବା ବୋଇତ ବନ୍ଦାଣ ଉତ୍ସବ । ଓଡିଶାର ଧର୍ମୀୟ ଭାବନା ସହ ଜଡିତ କାର୍ତ୍ତିକ ପୂର୍ଣ୍ଣିମା । ଏ ନେଇ ଚଳ ଚଞ୍ଚଳ ହୋଇଛି ଗାଁଠୁ ସହର । ସୋମବାର ବିଳମ୍ବିତ ରାତିରୁ ପୁରୀ ସମୂଦ୍ର କୂଳରେ ହାଜର ହଜାର ଶ୍ରଦ୍ଧାଳୁ ଡଙ୍ଗା ଭସାଇଛନ୍ତି । ଓଡ଼ିଶାରେ ଅତୀତର ସମୃଦ୍ଧ ନୌ ବାଣିଜ୍ୟର ପରମ୍ପରାକୁ ମନେ ପକାଇବାକୁ ପ୍ରତିଟି ଓଡ଼ିଆ ମାନେ ରାତିରୁ ଉଠି ସୂର୍ଯ୍ୟ ଉଦୟ ପୁର୍ବରୁ ମହୋଦଧିରେ ବୋଇତ ଭସାଇଛନ୍ତି । ଡଙ୍ଗା ଭସାଇବା ପରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ସେପଟେ କାର୍ତ୍ତିକ ବ୍ରତ କରୁଥିବା ହବିଶ୍ୟାଳି ମାନେ ମହୋଦଧିରେ ବୁଡ ପକାଇ ସୂର୍ଯ୍ୟ ଦେବତାଙ୍କୁ ଦର୍ଶନ କରି କାର୍ତ୍ତିକ ବ୍ରତ ଉଦଯାପନ କରିଛନ୍ତି ।
Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.