Ragneeti Wedding: 18ଟି ନୌକାରେ ବରଯାତ୍ରୀଙ୍କୁ ନେଇ ଲୀଲା ପ୍ୟାଲେସକୁ ଆସିଲେ ରାଘବ

By ETV Bharat Odisha Team

Published : Sep 24, 2023, 5:11 PM IST

thumbnail

ଜୟପୁର(ରାଜସ୍ଥାନ): ଆରମ୍ଭ ହୋଇଛି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ ନେତା ରାଘବ ଚଢାଙ୍କ ବିବାହ ଉତ୍ସବ । ରୀତିନୀତି ଆରମ୍ଭ ହୋଇସାରିଥିବା ବେଳେ ନୌକାରେ ବରଯାତ୍ରୀଙ୍କୁ ନେଇ ତାଜ ଲେକ ପ୍ୟାଲେସରୁରୁ ଲୀଲା ପ୍ୟାଲେସରେ ପହଞ୍ଚିଲେ ଦୁଲ୍ଲେ ରାଜା ରାଘବ । ସମୁଦାୟ 18ଟି ନୌକାରେ ଆସିଲେ ବରଯାତ୍ରୀ । ଏହି ବରଯାତ୍ରୀରେ ଦିଲ୍ଲୀ ମୁଖମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବର ସିଏମ ଭଗବନ୍ତ ମାନ, କ୍ରିକେଟର ହରଭଜନ ସିଂଙ୍କ ସହ ଜଣାଶୁଣା ବ୍ୟକ୍ତିତ୍ୱମାନେ ଅଂଶଗ୍ରହଣ କରିଥିଲେ । ଯାହାର ଭିଡିଓ ସାମ୍ନାକୁ ଆସିଛି। ବାଜା, ରୋଷଣୀ ନେଇ ଲୀଲା ପ୍ୟାଲେସରେ ପହଞ୍ଚିଲା ବର । ସମସ୍ତ ବରଯାତ୍ରୀ ରାଜସ୍ଥାନୀ ପଗଡି ପିନ୍ଧିଥିବା ବେଳେ ଲୀଲା ପ୍ୟାଲେସରେ ପହଞ୍ଚିବା ପରେ ପରିଣୀତିଙ୍କ ପରିବାର ଅତିଥିମାନଙ୍କୁ ଏକ ରାଜକୀୟ ଢଙ୍ଗରେ ସ୍ୱାଗତ କରିଥିଲେ । ବରଯାତ୍ରୀଙ୍କୁ ସ୍ବାଗତ କରିବା ସମୟରେ ଅତିଥିମାନଙ୍କୁ ଥଣ୍ଡା ପାନୀୟ ଏବଂ ମିଠା ସହିତ ଡ୍ରାଏଫ୍ରୁଟ୍ସ ଦିଆଯାଇଥିଲା । ସାତଜନ୍ମର ସାଥି ହୋଇ ବିବାହ ଶେଷ ହେବା ପରେ ସନ୍ଧ୍ୟା 6ଟା 30 ମିନିଟରେ ବିଦାୟୀ ଆରମ୍ଭ ହେବ । ଏହାପରେ ଲିଲି ପ୍ୟାଲେସରେ ରାତି 8ଟା 30 ମିନିଟରୁ ଆରମ୍ଭ ହେବ ରିସେପସନ । 

ଏହା ମଧ୍ୟ ପଢନ୍ତୁ: Parineeti-Raghav Wedding: ସାତ ଜନ୍ମର ସାଥି ହେବେ ପରିଣୀତି-ରାଘବ, ନଜର ପକାନ୍ତୁ ବିବାହ ସୂଚୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.