Bahuda yatra 2023: ପହଣ୍ଡି ଆରମ୍ଭ, ଶରଧାବାଲିରେ ନୃତ୍ୟରେ ନିମଗ୍ନ ନୃତ୍ୟଶିଳ୍ପୀ

By

Published : Jun 28, 2023, 9:41 AM IST

Updated : Jun 28, 2023, 9:46 AM IST

thumbnail

ପୁରୀ: ନାଚିବି ନାଚିବି ଥକିବନି ଏ ପାଦ । ଥକୁନି ପାଦ ଭରୁନି ମନ । ତୁମ ପାଇଁ ଆଜି ବ୍ୟାକୁଳ ଏ ମନ । ଆଜି ଶ୍ରୀକ୍ଷେତ୍ରରେ ପବିତ୍ର ବାହୁଡା ଯାତ୍ରା । ଆଷାଢ ଶୁକ୍ଳପକ୍ଷ ଦଶମୀ ତିଥିରେ ପବିତ୍ର ବାହୁଡା ଯାତ୍ରା ଅନୁଷ୍ଠିତ ଶ୍ରୀଗୁଣ୍ଡିଚା ମନ୍ଦିରରେ  ବାହୁଡା ଯାତ୍ରା ନେଇ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଛି । ଧାଡି ପହଣ୍ଡିରେ ରଥକୁ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ନୀତି ଅନୁସାରେ ସର୍ବ ପ୍ରଥମେ ରଥରେ ବିଜେ କରିଛନ୍ତି ଚକ୍ରଧର ସୁଦର୍ଶନ । ଏହା ପରେ ବଡ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ରଥରେ ବିଜେ କରିଛନ୍ତି । ପରେ ଝୁଲି ଝୁଲି ଆସିବେ କାଳିଆ ସାଆନ୍ତେ । ପହଣ୍ଡି ବିଜେ ସମୟରେ ଭାବଗ୍ରାହୀଙ୍କ ବାହୁଡା ଯାତ୍ରା ପାଇଁ ଭାବଭଙ୍ଗୀରେ ଘୁଙ୍ଗୁର ନାଦରେ ନୃତ୍ୟରେ ନିମଗ୍ନ ନୃତ୍ୟଶିଳ୍ପୀ । ନିଜକୁ ହଜାଇ ଦେଇଛନ୍ତି ଶିଳ୍ପୀ । ଶ୍ରୀଗୁଣ୍ଡିଚା ମନ୍ଦିରରେ ନୃତ୍ୟ ପରିବେଶଣ କରୁଛନ୍ତି ନୃତ୍ୟଶିଳ୍ପୀ । ଶରଧାବାଲିରେ ଦେଖନ୍ତୁ ଶ୍ରଦ୍ଧାର ନୃତ୍ୟ...

Last Updated : Jun 28, 2023, 9:46 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.