ଅନ୍ନକୁଟ ମହୋତ୍ସବ ୨୦୨୩: ଅହମ୍ମଦାବାଦ ସ୍ବାମୀ ନାରାୟଣ ମନ୍ଦିରରେ ଲାଗି ହେଲା ୧୧୦୦ ପ୍ରକାର ଭୋଗ

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 13, 2023, 10:35 PM IST

ଗାନ୍ଧୀନଗର: ଗୁଜୁରାଟର ଅହମ୍ମଦାବାଦ ସ୍ଥିତ ପ୍ରସିଦ୍ଧ ସ୍ବାମୀ ନାରାୟଣ ମନ୍ଦିରରେ ଧୁମଧାମରେ ପାଳିତ ହୋଇଛି ଅନ୍ନକୁଟ ମହୋତ୍ସବ । ପ୍ରତିବର୍ଷ ପରି ଦୀପାବଳିର ପର ଦିନ ଏଠାରେ ଧୁମଧାମରେ ସହିତ ଗୋବର୍ଦ୍ଧନ ପୂଜା ଓ ଅନ୍ନକୁଟ ମହୋତ୍ସବ ପାଳିତ ହୋଇଛି । ଏହି ଅବସରରେ ମନ୍ଦିରରେ ପ୍ରସାଦ ଆକାରରେ ପ୍ରାୟ ୧୧୦୦ ପ୍ରକାର ଭୋଗ ଲାଗି କରାଯାଇଛି । ଭଜନ ସଂକୀର୍ତ୍ତନ ସହିତ ମନ୍ଦିରର ଦ୍ବାର ଖୋଲାଯାଇଥିବା ବେଳେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା । ଦୀପାବଳି ପରଦିନ ଏହି ପୂଜାର ଧାର୍ମିକ ମହତ୍ତ୍ବ ରହିଛି । ଏହି ପୂଜା ଦିନ ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜା କରାଯାଏ । ଅନ୍ନକୁଟ ମହୋତ୍ସବରେ ମନ୍ଦିରରେ ବିଭିନ୍ନ ପ୍ରକାର ଭୋଗ ଲାଗି କରାଯାଏ । ଗୋବରରେ ଗୋବର୍ଦ୍ଧନ ପର୍ବତ ଆକୃତି କରାଯାଇ ପୂଜା କରାଯାଏ । ଏହି ଦିନ ଗାଈଗୋରୁଙ୍କୁ ମଧ୍ୟ ସ୍ନାନ କରାଯାଇ ପୂଜା କରାଯାଏ । ଏହି ପର୍ବ ପାଳନ କଲେ ଆୟୁ ବୃଦ୍ଧି ହେବା ସହ ମନୁଷ୍ୟ ଆରୋଗ୍ୟ ଲାଭ କରିଥାଏ ବୋଲି ବିଶ୍ବାସ ରହିଛି । ଏପରି ମଧ୍ୟ କୁହାଯାଏ ଯେ ଏହି ଦିନ ଯଦି କୌଣସି ବ୍ୟକ୍ତି ଦୁଃଖି ରହେ, ତେବେ ସେ ସାରା ବର୍ଷ ଏପରି ରୁହେ । ଏଣୁ ଲୋକେ ଏହି ଦିନ ପ୍ରସନ୍ନ ରହିବା ସହ ସୁସ୍ବାଦୁ ଖାଦ୍ୟ ତିଆରି କରି ଭୋଜନ କରିଥାନ୍ତି ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.