OPSC OAS Result Out: ଲିପ୍ସା ଭାରତୀଙ୍କୁ ନିଷ୍ଠା ଆଣିଦେଇଛି ସଫଳତା, ୧୯ ନମ୍ବର ରାଙ୍କରେ ଅନୁଗୋଳର ଝିଅ - ଲିପ୍ସା ଭାରତୀ କୃତକାର୍ଯ୍ୟ

🎬 Watch Now: Feature Video

thumbnail

By

Published : Jul 31, 2023, 10:45 PM IST

ଅନୁଗୋଳ: ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଅନୁଗୋଳ ନାଲକୋ ନଗରର ଝିଅ ଲିପ୍ସା ଭାରତୀ। ସଦ୍ୟ ପ୍ରକାଶ ପାଇଥିବା OAS ପରୀକ୍ଷା ଫଳରେ ୧୯ ନମ୍ବର ସ୍ଥାନରେ ଅଛନ୍ତି  ଲିପ୍ସା । ଏକ ମଲ୍ଟି ନାସନାଲ କମ୍ପାନୀରେ ଚାକିରୀ କରିବା ସହ ସମୟ ପାଇଲେ ପାଠପଢ଼ାରେ ଲାଗିପଡନ୍ତି। ଏନେଇ ଲିପ୍ସା କହିଛନ୍ତି, "ନିଜ ବାପା ମାଆଙ୍କ ପ୍ରେରଣା ଓ ଗୁରୁଜନମାନଙ୍କର ଆଶୀର୍ବାଦ ତଥା ନିଜ ପରିଶ୍ରମର ଫଳ ପାଇଛି।"

ଏହାସହ ସେ କହିଛନ୍ତି, "ପିଲାଟି ଦିନରୁ ଲିପ୍ସା ଯାହାବି କାମ ଦିଆଯାଏ  ନିଷ୍ଠାର ସହ କରେ । ଯାହାର ପରିଣାମ ପାଇଁ  ଏହି ସଫଳତା ପାଇଛି। ତାଙ୍କ ବାପା NTPCରେ GM ରହିଥିବାବେଳେ ମାଆ ନାଲକୋ ନଗର ଶିଶୁ ମନ୍ଦିରରେ ଶିକ୍ଷୟିତ୍ରୀ ଅଛନ୍ତି। ଏହି ସଫଳତା ପାଇଁ ଲିପ୍ସା ଓ ତାଙ୍କ ପରିବାର ବହୁତ ଖୁସିଥିବା ଜଣାପଡିଛି । ଝିଅର ସଫଳତା ପାଇଁ ପରିବାର ଲୋକ ମଧ୍ୟ ବହୁତ ଖୁସି ଅନୁଭବ କରୁଥିବାବେଳେ ଲିପ୍ସାଙ୍କ ମାଆ କହିଛନ୍ତି, "ସେ ତା'ର ପରିଶ୍ରମର ଫଳ ପାଇଛି।"

ଏହା ବି ପଢନ୍ତୁ...OCS Result Out: ‘ପ୍ରତିଦିନ ଟାର୍ଗେଟ ସେଟ୍‌ କରି ପାଠ ପଢନ୍ତୁ’

ତେବେ ଶ୍ୟାମାମଣି ବିଶୋଇ ଓ ଜନାର୍ଦ୍ଦନ ବେହେରାଙ୍କ ଏକମାତ୍ର ଝିଅ ହେଉଛନ୍ତି ଲିପ୍ସା ଭାରତୀ । ଯାହାଙ୍କ ସଫଳତା ପୁରା ପରିବାରରେ ଆଣିଦେଇଛି ଖୁସି ମାହୋଲ । ଲିପ୍ସା ଏକା ଧାରାରେ ଜଣେ ଭଲ କଣ୍ଠ ଶିଳ୍ପୀ ଓ ଚିତ୍ର ଶିଳ୍ପୀ ମଧ୍ୟ । ଏଥଇପାଇଁ ତାଙ୍କୁ ଅନେକ ପୁରସ୍କାର ମଧ୍ୟ ମିଳିଛି ।

ଇଟିଭି ଭାରତ, ଅନୁଗୋଳ 

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.