ଓଡ଼ିଶା ହସ୍ତତନ୍ତ ଫ୍ୟାସନ୍‌ ସୋ’

🎬 Watch Now: Feature Video

thumbnail
ଭୁବନେଶ୍ବର: ଏକାମ୍ର ହାଟରେ ବୟନିକା ପକ୍ଷରୁ ଓଡ଼ିଶା ହସ୍ତତନ୍ତର ଫ୍ୟାସନ୍‌ ସୋ’ ଅନୁଷ୍ଠିତ । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ସାରା ରାଜ୍ୟରେ ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ଅଗଷ୍ଟ ୭ରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ମହା ସମାରୋହରେ ପାଳନ କରାଯାଉଛି । ଏହି ଫ୍ୟାସନ୍‌ ସୋ’ ରେ ୧୦ଟି ସେଗ୍‌ମେଣ୍ଟରେ ଓଡ଼ିଶା ହସ୍ତତନ୍ତର ବିଭିନ୍ନ ଡିଜାଇନ୍‌ର ପରିପାଟୀ ପରିଧାନ କରି ମଡେଲ୍‌ମାନେ ରାପରେ ଚାଲିଥିଲେ । ତେବେ ଏହି ଫ୍ୟାସନ୍‌ ସୋ’ କୁ ଭୁବନେଶ୍ୱର ମହାନଗର ନିଗମର କମିଶନର ବିଜୟ ଅମୃତ କୁଲାଙ୍ଗେ ଉଦ୍‌ଘାଟନ କରିଥିଲେ । ହସ୍ତତନ୍ତ ଶିଳ୍ପର ଗୁରୁତ୍ୱ ଉପରେ ଜନସଚେତନତା ସୃଷ୍ଟି କରିବା ଏବଂ ଦେଶର ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧିରେ ଏହାର ଅବଦାନକୁ ସ୍ୱୀକୃତି ଦେବା ଜାତୀୟ ହସ୍ତତନ୍ତ ଦିବସର ଉଦ୍ଦେଶ୍ୟ ଓ ଲକ୍ଷ୍ୟ । ଏପରିକି ରାଜ୍ୟର ଅଗଣିତ ହସ୍ତତନ୍ତ କାରିଗରମାନଙ୍କୁ ସେମାନଙ୍କ ଜୀବିକାରେ ମନୋନିବେଶ କରିବା ସହ ଯୁବପିଢ଼ିଙ୍କୁ ଏହି ଆଦର୍ଶରେ ଅନୁପ୍ରାଣୀତ କରିବା ପାଇଁ ଏହି ଦିବସ ମାଧ୍ୟମରେ ସୁଯୋଗ ସୃଷ୍ଟି କରାଯାଇଛି ।
Last Updated : Feb 3, 2023, 8:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.