ଗଞ୍ଜାମ ଗସ୍ତରେ ରାଜ୍ୟପାଳ, ମା' ତାରାତାରିଣୀଙ୍କୁ ଦର୍ଶନ କଲେ

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 11, 2024, 5:08 PM IST

Governor Raghubar Das offers prayer to Maa Tara tarini: ବ୍ରହ୍ମପୁର: ରାଜ୍ୟପାଳ ରଘୁବର ଦାସ ଦାୟିତ୍ବ ସମ୍ଭାଳିବା ପରେ ସାରା ରାଜ୍ୟର ଜିଲ୍ଲା ଗୁଡ଼ିକୁ ଗସ୍ତ କରି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ପ୍ରମୁଖ ସ୍ଥାନ ଭ୍ରମଣ କରୁଛନ୍ତି । ଏକାଧିକ ଜିଲ୍ଲା ଗସ୍ତ ପରେ ରାଜ୍ୟପାଳ ଏବେ ଗଞ୍ଜାମ ଜିଲ୍ଲା ଗସ୍ତରେ ରହିଛନ୍ତି । ରାଜ୍ୟର ପ୍ରମୁଖ ଶକ୍ତିପୀଠ ଭାବରେ ପରିଚିତ ମା' ତାରାତାରିଣୀଙ୍କୁ ଦର୍ଶନ କରିଛନ୍ତି ରାଜ୍ୟପାଳ । ଦୁଇ ଦିନିଆ ଗଜପତି ଓ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଗୋପାଳପୁରଠାରେ ଅବସ୍ଥାନ କରିବା ପରେ ରାଜ୍ୟପାଳ ପ୍ରଥମେ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି । ଏହି ଅବସରରେ ପ୍ରଥମେ ମା' ତାରାତାରିଣୀଙ୍କ ପୀଠରେ ପହଞ୍ଚି ମା'ଙ୍କୁ ଦର୍ଶନ କରିବା ସହିତ ଆଶିଷ କାମନା କରିଥିଲେ ।  

ଏହା ବି ପଢନ୍ତୁ- ବରଗଡ଼ ଜିଲ୍ଲା ଗସ୍ତ କରି ବିଭିନ୍ନ ସ୍ଥାନ ପରିଦର୍ଶନ କଲେ ରାଜ୍ୟପାଳ

ତେବେ ରାଜ୍ୟପାଳଙ୍କ ଗସ୍ତକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ବେଳେ ମା'ଙ୍କ ଦର୍ଶନ ପରେ ମନ୍ଦିରର ସେବାୟତଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ପରେ ମନ୍ଦିର ବେଢା ପରିକ୍ରମା କରି ଗଞ୍ଜାମ ଜିଲ୍ଲାର ହୁମ୍ମା ଠାରେ ରହିଥିବା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବାହାରି ଥିଲେ ରାଜ୍ୟପାଳ । ରାଜ୍ୟପାଳଙ୍କ ଏହି ଗସ୍ତ ସମୟରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନାଙ୍କ ସମେତ ଜିଲ୍ଲା ପ୍ରଶାସନ ଏବଂ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.