1999ର ପ୍ରଳୟଙ୍କାରୀ ମହାବାତ୍ୟା, ବିପର୍ଯ୍ୟୟକୁ ମନେ ପକାଇ ସଚେତନ ଶୋଭାଯାତ୍ରା - ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ
🎬 Watch Now: Feature Video
Published : Oct 28, 2023, 4:40 PM IST
ଭଦ୍ରକ: ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ । ଓଡିଶା ଉପକୂଳ ଆଡ଼କୁ ମାଡି ଆସିଲା ବିନାଶକାରୀ ମହାବାତ୍ୟା । ଚାଳରୁ ଉଡ଼ିଲା ଛପର, ମାଟିରେ ଲୋଟି ପଡ଼ିଲା ଶହ ଶହ ଘର। ତେବେ ସେହି ମହାବାତ୍ୟାକୁ ମନେପକାଇ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପ୍ରଶାସନ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ତ୍ରିବେଣୀ ଟ୍ରଷ୍ଟ ଏବଂ ରିଲାଏନ୍ସ ଫାଉଣ୍ଡେସନର ମିଳିତ ସହଯୋଗରେ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ସହ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳିତ ହୋଇଯାଇଛି।
ଏହା ମଧ୍ୟ ପଢନ୍ତୁ: ନବରଙ୍ଗପୁରରେ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ
1999 ମସିହା ଓଡ଼ିଶାରେ ତାଣ୍ଡବ ରଚିଥିବା ପ୍ରଳୟଙ୍କାରୀ ମହାବାତ୍ୟା ସମୟର ଲୋମଟାଙ୍କୁରା ଦୃଶ୍ୟ ଲୋକଙ୍କ ମନରୁ ଆଜି ବି ଲିଭି ନାହିଁ। ଅନେକ ଧନଜୀବନ ନଷ୍ଟ ହୋଇଥିବା ବେଳେ ଅନେକ ଶିକ୍ଷା ପାଇଛନ୍ତି ଓଡିଶାବାସୀ। ତେବେ ଓଡିଶା ସରକାର ମଧ୍ୟ ବିଭିନ୍ନ ପ୍ରଣାଳୀରେ ଲୋକମାନଙ୍କୁ ସଚେତନ କରାଇ ଆସୁଛନ୍ତି। ବନ୍ୟା, ବାତ୍ୟା ସମେତ ସମସ୍ତ ବିପର୍ଯ୍ୟୟ ସମୟରେ ବିପଦରୁ ରକ୍ଷା କରିବା ଲାଗି ତାଲିମ ଦିଆଯାଉଛି। ତେବେ ଆଦି ତ୍ରିବେଣୀ ଟ୍ରଷ୍ଟ ଏବଂ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଥିବା ବେଳେ ତିହିଡ଼ି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜ୍ୟୋର୍ତିମୟ କର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ତିହିଡି ଅଗ୍ନିଶମ ବିଭାବ ପକ୍ଷରୁ ବିପର୍ଯ୍ୟୟ ସମୟରେ ବିପନ୍ନମାନଙ୍କୁ ଉଦ୍ଧାର କରିବା ପ୍ରଣାଳୀ ମଧ୍ୟ ପ୍ରଦର୍ଶନ କରାଯାଇଥିଲା।
ଇଟିଭି ଭାରତ, ଭଦ୍ରକ