ନୂଆବର୍ଷକୁ ସ୍ବାଗତ; ପ୍ରତିଭା ଅନ୍ୱେଷଣକୁ ଗୁରୁତ୍ୱ - ବାଲେଶ୍ବର ନୂଆବର୍ଷ
🎬 Watch Now: Feature Video
Published : Dec 31, 2023, 10:29 PM IST
New Year Celebretaion:ବାଲେଶ୍ବର: ରାତି ପାହିଲେ ନୂଆବର୍ଷର ସକାଳ ସୁରୁଜ ଉଇଁବ । ଏହାକୁ ନେଇ ବିଦାୟୀ ବର୍ଷରେ ସମସ୍ତେ ଏକଜୁଟ ହୋଇ ନୂଆବର୍ଷକୁ ସ୍ବାଗତ କରିବା ସହ ପୁରୁଣା ବର୍ଷକୁ ବିଦାୟ ଜଣାଉଛନ୍ତି । ସେଥିପାଇଁ ବାଲେଶ୍ବର ସହର ଏକ ପ୍ରକାର ଉତ୍ସବମୁଖର ହୋଇଛି । ବିଭିନ୍ନ କ୍ଲବ ହୋଟେଲଠାରୁ ଆରମ୍ଭ କରି କଲୋନୀ ଗୁଡିକରେ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଭୋଜିଭାତ ସାଙ୍ଗକୁ ନାଚଗୀତର ମାହୋଲ ଜମିଛି ।
ସେହିପରି ବାଲେଶ୍ବର ଆଳୁପୁର ଅଞ୍ଚଳରେ ଥିବା ଆଶୀର୍ବାଦ ବିହାର କଲୋନୀ ବାସୀ ଏକଜୁଟ ହୋଇ ନୂଆବର୍ଷକୁ ଅଭିନବ ଢଙ୍ଗରେ ସ୍ୱାଗତ କରୁଛନ୍ତି । ସକାଳ ଠାରୁ କଲୋନୀରେ ଥିବା କୁନିକୁନି ପିଲାଙ୍କ ମଧ୍ୟରେ ଦୌଡ଼, କୁଦ ସାଙ୍ଗକୁ ବିଭିନ୍ନ ପ୍ରକାର ଖେଳ ମାଧ୍ୟମରେ ପ୍ରତିଯୋଗିତା କରାଯାଇଥିଲା । କୃତି ପ୍ରତିଯୋଗୀମାନଙ୍କୁ ସନ୍ଧ୍ୟାରେ ପୁରସ୍କାର ବିତରଣ କରଯାଇଥିଲା । ସନ୍ଧ୍ୟା ପରଠାରୁ କଲୋନୀ ଭିତରେ ନୂଆବର୍ଷ ସ୍ବାଗତ ନେଇ ନାଚଗୀତର ମାହୋଲ ଜମିଛି । ବୟସ୍କ ବ୍ୟକ୍ତି ମହିଳାମାନଙ୍କ ଠାରୁ ଆରମ୍ଭ କରି ଛୋଟ ପିଲାମାନେ ନାଚ ଗୀତରେ ମସଗୁଲ ହୋଇଛନ୍ତି । କଲୋନୀରେ ବସବାସ କରୁଥିବା ଲୋକମାନଙ୍କ ମଧ୍ୟରେ ଏକ ସୁସମ୍ପର୍କ ସ୍ଥାପନ ଏବଂ ଭାଇଚାରା ସୃଷ୍ଟି କରିବା ନେଇ ବୟସ୍କ ବ୍ୟକ୍ତି ବିଶେଷ ଏବଂ ଯୁବକମାନେ ଏମିତି କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ପ୍ରାୟ 20 ବର୍ଷ ହେବ ଏମିତି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିଭା ଅନ୍ୱେଷଣ ସାଙ୍ଗକୁ ପୂଜ୍ୟପୂଜା ପ୍ରତି ମଧ୍ୟ ଧ୍ୟାନ ଦିଆଯାଉଛି । ଏମିତି ଶାଳୀନତା ଏବଂ ନିଆରା ଢଙ୍ଗରେ କଲୋନୀବାସୀ ୨୦୨୪ ନୂଆବର୍ଷକୁ ସ୍ବାଗତ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ବର୍ଷର ଶେଷ ଦିନରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ଼, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଇଟିଭି ଭାରତ, ବାଲେଶ୍ବର