ନୂଆବର୍ଷରେ ଉତ୍ସାହିତ ରାଉରକେଲାବାସୀ, ମନ୍ଦିରରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ - ନୂଆବର୍ଷ 2024
🎬 Watch Now: Feature Video
Published : Jan 1, 2024, 4:21 PM IST
New Year Celebration in Rourkela: ରାଉରକେଲା: ଆସିଛି ନୂଆ ବର୍ଷ । ଆରମ୍ଭ ହୋଇଛି ବର୍ଷ ୨୦୨୪ । ଏନେଇ ଚଳଚଞ୍ଚଳ ଇସ୍ପାତ ନଗରୀ ରାଉରକେଲା । ସବୁଠି ଓ ଉତ୍ସାହର ଭରି ମାହୋଲ । ୨୦୨୩କୁ ବିଦାୟ ଦେଇ ସମସ୍ତେ ବର୍ଷ ୨୦୨୪ କୁ ସ୍ୱାଗତ କରିଛନ୍ତି । ନୂଆବର୍ଷର ଆଗମନରେ ଯୁବପିଢ଼ି ଓ ଛୋଟଛୋଟ ପିଲାଙ୍କ ଏବଂ ବୟସ୍କ ମାନଙ୍କ ନିକଟରେ ଦେଖିବାକୁ ମିଳିଛି ଉତ୍ସାହ । ତେବେ ଏନେଇ ନୂଆବର୍ଷରେ ମନ୍ଦିରରେ ମଧ୍ୟ ଠାକୁରଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ରାଉରକେଲାର ହନୁମାନ ବଟିକା ଓ ଶ୍ରୀଜଗନ୍ନାଥ ମନ୍ଦିରରେ ଠାକୁରଙ୍କ ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କ ଭିଡ଼। ଦୀପ, ଧୂପ, ଫୁଲ, ଫଳ, ଚନ୍ଦନ ନେଇ ମନ୍ଦିର ଯାଇ ଦର୍ଶନ କରୁଛନ୍ତି ରାଉରକେଲାବାସୀ । ନୂଆବର୍ଷରେ ଦର୍ଶନ କରି ଲୋକେ ଆଶିଷ କୃପା କରି ନୂଆ ବର୍ଷକୁ ଆରମ୍ଭ କରିଛନ୍ତି । ସକାଳୁ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଶ୍ରଦ୍ଧାଳୁ ମନ୍ଦିରରେ ପ୍ରବେଶ କରି ଠାକୁର ଦର୍ଶନ କରିଛନ୍ତି । ଏନେଇ ରାଉରକେଲା ସହର ସମ୍ପୂର୍ଣ୍ଣ ଭକ୍ତିମୟ ପରିବେଶରେ ଭରି ଯାଇଛି । ଆଜି ବର୍ଷର ପ୍ରଥମ ଦିନରେ ସମ୍ପୂର୍ଣ୍ଣ ବର୍ଷ ଭଲରେ କାଟିବା ଲାଗି ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି ଲୋକେ।
ଏହା ମଧ୍ୟ ପଢନ୍ତୁ- ଆସିଛି ନୂଆବର୍ଷ, ଜିରୋ ନାଇଟରେ ଝୁମିଲେ ରାଉରକେଲାବାସୀ
ଇଟିଭି ଭାରତ, ରାଉରକେଲା