ରାୟଗଡ଼ା ପାଳିଲା ୨୭ତମ ଜାତୀୟ ଯୁବ ଦିବସ

By ETV Bharat Odisha Team

Published : Jan 12, 2024, 10:38 PM IST

thumbnail

National Youth Day: ରାୟଗଡ଼ା: ଆଜି ହେଉଛି ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ । ସାରା ଦେଶରେ ଏହାକୁ ଜାତୀୟ ଯୁବ ଦିବସ ରୂପେ ପାଳନ କରାଯାଏ । ଏହି ଅବସରରେ ରାୟଗଡ଼ା ଜିଲ୍ଲାର ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ମିଟସ ୟୁନିଭର୍ସିଟି ପରିସରରେ ବହୁ ଆଡମ୍ବର ସହ ୨୭ ତମ ଜାତୀୟ ଯୁବ ଦିବସ ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆଦିବାସୀ କଲ୍ୟାଣ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରାକା ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟ ସରସ୍ବତୀ ମାଝୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷା ଅନୁସୂୟା ମାଝୀ ଏବଂ ମିଟସ ଗ୍ରୁପର ପ୍ରତିଷ୍ଠାତା ବାଳକୃଷ୍ଣ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଛନ୍ତି । ଏହି ଅବସରରେ "ମାଇଁ ଭାରତ ବିକଶିତ ଭାରତ @2047" ବିଷୟ ବସ୍ତୁନେଇ ଅନୁଷ୍ଠିତ ବକୃତା ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି । ଏଥିରେ ସହର ବହୁ ଛାତ୍ରଛାତ୍ରୀ ଯୋଗ ଦୋଇଥିଲେ । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.