Diwali 2023: ପ୍ରଭୁ ଶ୍ରୀରାମଙ୍କ ଆଳତୀ କଲେ ମୁସଲିମ ମହିଳା - deepawali celebration

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 12, 2023, 7:45 PM IST

ଲକ୍ଷ୍ନୌ: ଆଲୋକର ପର୍ବ ଦୀପାବଳି ପାଳୁଛି ସାରା ଦେଶ । ଦୀପାବଳି ପାଇଁ ଦେଶରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଏହା ହିନ୍ଦୁମାନଙ୍କର ଏକ ପ୍ରମୁଖ ପର୍ବ ହୋଇଥିବାବେଳେ ଏହି ଦିନ ମା' କାଳୀଙ୍କ ଆରାଧନା କରାଯାଇଥାଏ । ହେଲେ ଏହାରି ଭିତରେ ବାରଣାସୀରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ । ମୁସଲମାନ ସମ୍ପ୍ରଦାୟର ମହିଳାମାନେ ପ୍ରଭୁ ଶ୍ରୀରାମଙ୍କ ଆଳତୀ କରୁଥିବା ଦେଖିବାକୁ ମିଳିଛି । ମନ୍ତ୍ର ଧ୍ବନୀରେ ପ୍ରକମ୍ପିତ ହୋଇଛି ପୁରା ପରିବେଶ । 

ଏହା ବି ପଢନ୍ତୁ...Watch: ସେବାୟତଙ୍କ ସହ ମନ୍ତ୍ର ପଢି ବଡ଼ବଡୁଆ ଡାକିଲେ ବିଦେଶୀ ପର୍ଯ୍ୟଟକ, ବଡ଼ଦାଣ୍ଡରେ ଜମିଲା ଭିଡ଼

ଧୂପ, ଦ୍ବୀପ, ନୈବେଦ୍ୟ ଦେଇ ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚ୍ଚନା କରିଛନ୍ତି ମୁସଲମାନ ସମ୍ପ୍ରଦାୟର ମହିଳା । ଯାହାକି ଭାଇଚାରାର ଶ୍ରେଷ୍ଠ ନିଦର୍ଶନ ସାଜିଛି । ଏହି ପରମ୍ପରା ଲଗାତାର ୧୭ବର୍ଷ ଧରି ଚାଲିଆସୁଥିବା କହିଛନ୍ତି ମୁସଲମାନ ଫାଉଣ୍ଡେସନର ସଦସ୍ୟ । ୧୭ ବର୍ଷ ଧରି ପ୍ରତ୍ୟେକ ବର୍ଷ ଦୀପାବଳି ଦିନ ପ୍ରଭୁ ଶ୍ରୀରାମଙ୍କୁ ପୂଜା କରିବା ସହ ଭାରତବର୍ଷରେ ଥିବା ଭାଇଚାରାକୁ ସାରା ବିଶ୍ବ ପରିଚିତ କରାଇବାକୁ ସେମାନେ ଲକ୍ଷ୍ୟ ରଖିଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.