thumbnail

By

Published : Aug 10, 2023, 1:36 PM IST

ETV Bharat / Videos

ନବରଙ୍ଗପୁରରେ 'ମୋ ମାଟି ମୋ ଦେଶ' କାର୍ଯ୍ୟକ୍ରମ ଅନୁଷ୍ଠିତ

ନବରଙ୍ଗପୁର: ଓଡ଼ିଶାରେ 'ମୋ ମାଟି ମୋ ଦେଶ' ଅଭିଯାନ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲାର ଆରକ୍ଷୀ କାର୍ଯ୍ୟାଳୟ ପରିସରରେ ଥିବା ସିଆରପିଏଫ କ୍ୟାମ୍ପ୍ ଠାରେ ସିଆରପିଏଫ ଓ ନେହେରୁ ଯୁବକେନ୍ଦ୍ରର ମିଳିତ ଆନୁକୁଲ୍ୟରେ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସିଆରପିଏଫ ୧୨ ବାଟାଲିୟନର ସେକେଣ୍ଡ ଇନ କମାଣ୍ଡ କୃଷ୍ଣ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ ଡ. କମଳ ଲୋଚନ ମିଶ୍ର, ନେହେରୁ ଯୁବ କେନ୍ଦ୍ରର ଯୁବ ଅଧିକାରୀ ଭୁକିୟା ରମେଶ ଓ ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।

   ଏହା ମଧ୍ୟ ପଢନ୍ତୁ- ନବରଙ୍ଗପୁରରେ ଅଗଷ୍ଟ କ୍ରାନ୍ତି ଦିବସ ପାଳନ, ବ୍ରିଟିଶ ଅମଳର ଜେଲକୁ ଜାତୀୟ ସ୍ମାରକୀର ମାନ୍ୟତା ଦେବାକୁ ଦାବି

ସେହିପରି ଏହି ଅବସରରେ ଦେଶ ଓ ଜାତି ପାଇଁ ଚରମ ବଳିଦାନ ଦେଇଥିବା ବୀର ସହିଦ ବିଜୟ ହରିଜନଙ୍କ ସ୍ମୃତି ଚାରଣ କରାଯାଇ ଥିଲା । ଦେଶର ରକ୍ଷା ପାଇଁ ନିଜ ପୁଅକୁ ହରାଇ ଥିବା ତାଙ୍କ ମା’ ହେମଲତା ହରିଜନଙ୍କୁ ବୀର ନାରୀ ରୂପେ ଓ ପିତାଙ୍କୁ ସିଆରପିଏଫ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହ ସେନା ବାହିନୀ ତଥା ସିଆରପିଏଫର ୪ ଜଣ ଅବସର ପ୍ରାପ୍ତ କର୍ମଚାରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟପଟେ ଏହି କାର୍ଯ୍ୟକ୍ରମ ପାଳନ ଉପଲକ୍ଷେ ସିଆରପିଏଫ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

ଇଟିଭି ଭାରତ, ନବରଙ୍ଗପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.