thumbnail

By

Published : Jun 10, 2023, 6:41 PM IST

ETV Bharat / Videos

Manipur: ବାହାରିଲା ଶାନ୍ତି ଶୋଭାଯାତ୍ରା, ଦେଖନ୍ତୁ ଭିଡିଓ

ଇମ୍ଫାଲ: ହିଂସା ପ୍ରଭାବିତ ମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ଏକାଧିକ ପଦକ୍ଷେପ ହାତକୁ ନିଆଯାଉଛି । ଏଥିପଇଁ କେନ୍ଦ୍ର ସରକାର ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ଗଠନ କରିଛନ୍ତି । ଅନ୍ୟପଟେ ଆଜି ମଣିପୁର ୟୁନିଭର୍ସିଆଲ ଫ୍ରେଣ୍ଡସିପ ଅର୍ଗାନାଇଜେସନ ପକ୍ଷରୁ ଏକ ଶାନ୍ତି ଶୋଭାଯାତ୍ରା (ପିସ ମାର୍ଚ୍ଚ) ଆୟୋଜନ କରାଯାଇଛି । ହିଂସା ପ୍ରଭାବିତ ଲଙ୍ଗଥାବାଲ କୁଞ୍ଜା ଅଞ୍ଚଳରେ ଆୟୋଜନ କରାଯାଇଥିବା ଏହି ଶୋଭାଯାତ୍ରାରେ ସଂଗଠନର ଶତାଧିକ ସଦସ୍ୟ ଏହି ଅଂଶଗ୍ରହଣ କରିଛନ୍ତି । ହାତରେ ନାଲି ପତାକା ଧରି ଏମାନେ ସହର ପରିକ୍ରମା କରିବା ସହ ଶାନ୍ତି ଫେରାଇ ଆଣିବାକୁ ସମସ୍ତଙ୍କୁ ସଚେତନ କରିଥିଲେ । ସ୍ଥାନୀୟ ପୋଲିସ ଓ କେନ୍ଦ୍ରୀୟ ଫୋର୍ସ ମଧ୍ୟ ଏହି ଶୋଭାଯାତ୍ରା ସମୟରେ ପାଟ୍ରୋଲିଂ କରିଥିଲା । ଗତମାସ 3 ତାରିଖରେ ହୋଇଥିବା ହିଂସାରେ ପ୍ରାୟ 80 ଜଣଙ୍କ ପ୍ରାଣହାନୀ ହୋଇଥିଲା । ଏବେ ମଧ୍ୟ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । କିଛି ସ୍ଥାନରେ ହିଂସାରେ ଖବର ମଧ୍ୟ କ୍ରମାଗତ ସାମ୍ନାକୁ ଆସିବାରେ ଲାଗିଛି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.