ଝିଅ ବାହାଘର ପାଇଁ ସାଇତି ଥିଲେ ଟଙ୍କା, ଜଳିପୋଡ଼ି ସବୁ ହେଲା ପାଉଁଶ

By ETV Bharat Odisha Team

Published : Nov 21, 2023, 4:24 PM IST

thumbnail

ଭଦ୍ରକ: ଝିଅ ବାହାଘର ପାଇଁ ସାଇତି ରଖିଥିଲେ ସୁନା ଅଳଙ୍କାର ଓ ଟଙ୍କା । ସବୁକିଛି ଜାଳିପୋଡ଼ି ଛାରଖାର କରିଦେଲା ଅଗ୍ନିକାଣ୍ଡ । ଜଳିଗଲା ଲକ୍ଷ ଲକ୍ଷ ଟଙ୍କା ସହ ସୁନାଗହଣା । 3 ପରିବାରର 6 ବଖରା ବାସଗୃହ ଭଷ୍ମିଭୁତ । ଏହାସହ ଅଗ୍ନିକାଣ୍ଡରେ ଆଲମିରା, ଖଟ, ଧାନ, ଚାଉଳ ସମେତ ସମସ୍ତ ଆସବାବ ପତ୍ର ଜଳି ପୋଡି ପାଉଁଶ ହୋଇଯାଇଛି । ତେବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ତହସିଲ ଅଚକ ପଞ୍ଚାୟତ ଅନ୍ତର୍ଗତ ସେଠୀ ସାହିରେ ।  

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ  କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା । ନିଆଁର ବେଗ ଏତେ ମାତ୍ରାରେ ଥିଲା ଯେ, ଚାହୁଁ ଚାହୁଁ ନିମିଷକ ମଧ୍ଯରେ ଚାରିଆଡ଼େ ବ୍ୟାପି ଯାଇଥିଲା । ଗ୍ରାମବାସୀଙ୍କ ସହଯୋଗରେ ନିଆଁ ଲିଭା ଆରମ୍ଭ ହୋଇଥିଲା । ପରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏହି ଅଗ୍ନିକାଣ୍ଡରେ ବସନ୍ତ ସେଠୀ ଏବଂ କାହ୍ନା ସେଠୀଙ୍କ 4 ବଖରା ବାସଗୃହ ସମ୍ପୂର୍ଣ୍ଣ ଭସ୍ମିଭୁତ ହୋଇଥିବା ବେଳେ ପଡ଼ୋଶୀ କୈଳାଶ ସେଠୀଙ୍କର 2 ବଖରା ଘର ମଧ୍ୟ ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ବର୍ତ୍ତମାନ ଅଗ୍ନି ବିପନ୍ନମାନଙ୍କ ମୁଣ୍ଡ ଗୁଞ୍ଜିବାକୁ ଯାଗା ନାହିଁ । ଗଛ ମୂଳେ ଏପରିକି ପର ଘରେ ଆଶ୍ରୟ ନେଇଥିବା ଜଣାପଡ଼ିଛି । ଏନେଇ ସେମାନଙ୍କୁ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି କରା ଯାଇଛି । ତେବେ ଏହି ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡିନାହିଁ ।  

ଏହା ମଧ୍ୟ ପଢ଼ନ୍ତୁ........ଦୀପରୁ ନିଆଁ ଲାଗି ଜଳିଗଲା 2 ମହଲା କୋଠା, ଅଳ୍ପକେ ବର୍ତ୍ତିଲେ ମହିଳା ଓ ଶିଶୁ

ଇଟିଭି ଭାରତ, ଭଦ୍ରକ  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.