thumbnail

By ETV Bharat Odisha Team

Published : Nov 16, 2023, 10:54 PM IST

ETV Bharat / Videos

ଜନ ଆକ୍ରୋଶ ପଦଯାତ୍ରା: ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲା ବିଜେପି

ଦେବଗଡ଼: ଜିଲ୍ଲା ବିଜେପି ପକ୍ଷରୁ ରିଆମାଳ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ବିଧାୟକ ସୁବାସ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଜି (ଗୁରୁବାର) ପୂର୍ବାହ୍ନ ସମୟରେ ଧରମପୁରଠାରୁ ଏକ ଶୋଭାଯାତ୍ରା ବାହାରି ରିଆମାଳ ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟଠାରେ ପହଞ୍ଚିଥିଲା ।ଏହି 'ଜନ ଆକ୍ରୋଶ ପଦଯାତ୍ରା' ବ୍ଲକ କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ ସେଠାରେ ବିଜେପି ନେତା ଓ କର୍ମୀ ରାଜ୍ୟ ସରକାରଙ୍କ ବିଫଳତା ଓ ଦୁର୍ନୀତି ଭ୍ରଷ୍ଟାଚାର ବିରୋଧରେ ସ୍ଲୋଗାନ ଦେଇଥିଲେ ।

ଏହା ବି ପଢନ୍ତୁ...ରାଜ୍ୟର ଚାଷୀଙ୍କ ସମସ୍ୟା ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି

ଜିଲ୍ଲା ବିଜେପି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ରିଆମାଳ ବିଡ଼ିଓଙ୍କୁ ଦିଆଯାଇଥିବା ଜଣାପଡିଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଥିବାବେଳେ ମହିଳା ନିର୍ଯାତନା ଓ ଦୁର୍ନୀତି ବୃଦ୍ଧି ପାଇଥିବା ନେଇ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ଏନେଇ ବିଜେପି ପକ୍ଷରୁ ସାରା ରାଜ୍ୟରେ ପୌର ପରିଷଦ ଓ ବ୍ଲକ ସମ୍ମୁଖରେ ୧୪  ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ ପାଇଁ ନିଷ୍ପତ୍ତି ନିଆଯାଇଛି ।

ଇଟିଭି ଭାରତ, ଦେବଗଡ଼

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.