Manipur Women Paraded Naked: ନ୍ୟାୟ ଦାବିରେ ରାଉରକେଲାରେ ସମାଜସେବୀଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା

By

Published : Jul 23, 2023, 8:48 AM IST

thumbnail

ରାଉରକେଲା: ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣା ପୁରା ଦେଶକୁ ଲଜ୍ଜିତ କରିଛି । ଏହାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି । ପୀଡିତାଙ୍କୁ ନ୍ୟାୟ ଦାବି କରି ରାଉରକେଲାରେ କ୍ୟାଣ୍ଡେଲ ଯାତ୍ରା କରିଛନ୍ତି ସମାଜସେବୀ । ବିଭିନ୍ନ ସମାଜିକ ସଂଗଠନର ସମାଜସେବୀ ମାନେ ମଣିପୁରରେ ଘଟିଥିବା ଏହି ଘୃଣ୍ୟ ହିଂସାକାଣ୍ଡକୁ ତୀବ୍ର ନିନ୍ଦା କରିଛନ୍ତି । କେନ୍ଦ୍ର ଏବଂ ରାଜ୍ୟ ସରକାର ଯଥା ସମ୍ଭବ ଦୋଷୀ ମାନଙ୍କୁ ଦଣ୍ଡ ଦେବାକୁ ଦାବି ହେଉଛି । 

ଏହା ମଧ୍ୟ ପଢନ୍ତୁ-Manipur case: 5ମ ଅଭିଯୁକ୍ତ ଗିରଫ, ପୂର୍ବରୁ ଗିରଫ 4 ଅଭିଯୁକ୍ତ ଏବେ 11 ଦିନିଆ ରିମାଣ୍ଡରେ

ସୂଚନା  ଅନୁଯାୟୀ, ଗତ କିଛି ମାସ  ହେଲା ମଣିପୁରରେ ବାସ କରୁଥିବା କୁକି ଓ ମୈତେଇ ସମ୍ପ୍ରଦାୟଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଏହାରି ମଧ୍ୟରେ କିଛି ଯୁବକ 2 ଆଦିବାସୀ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ରାସ୍ତାରେ ଉଲଗ୍ନ କରି ବୁଲାଇଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ପୁରା ଦେଶରେ ବିରୋଧ କରାଯାଇଥିଲା । ମଣିପରୁରେ ମହିଳାଙ୍କ ପ୍ରତି ଏକ ଆଚରଣକୁ ତିବ୍ର ନିନ୍ଦା କରାଯାଇଥିଲା। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା 5 ଜଣଙ୍କୁ ଗିରଫ କରାଯାଇଛି ।  

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.