ଦର୍ଶନ କରନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତୀ, ମଙ୍ଗଳମୟ ହେବ ଦିନ - ମଙ୍ଗଳ ଆଳତୀ

🎬 Watch Now: Feature Video

thumbnail

By

Published : Jul 14, 2023, 6:40 AM IST

ପୁରୀ: ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ  । ଜଗତର ନାଥ ଜଗନ୍ନାଥ  । କୋଟି ଓଡିଆଙ୍କ ମଉଡମଣି ସେ ବ୍ରହ୍ମାଣ୍ଡ ଠାକୁର  । ଭାବ ବିନୋଦିଆ କାଳିଆ ଠାକୁର  ।  ପତିତମାନଙ୍କୁ ଉଦ୍ଧାରିବା ପାଇଁ ଧରାଧାମରେ ଅବତାର ନେଇଛନ୍ତି ମହାପ୍ରଭୁ  । ଭାବ ବିନୋଦିଆ ଠାକୁରଙ୍କ ଦର୍ଶନ ପାଇଁ ଆତୁର ରହିଥାଏ ଭକ୍ତ  । ତାଙ୍କର ଟିକିଏ ଦର୍ଶନ ପାଇଁ କାଇଁ କେତେ ଦୂରରୁ ଧାଇଁ ଆସିଥାଏ । ଜଗତର ମଙ୍ଗଳ କାମନା କରି ପ୍ରତିଦିନ ବଡି ଭୋରରୁ ପ୍ରଭୁ ପତିତପାବନଙ୍କ ନିକଟରେ କରାଯାଏ ମଙ୍ଗଳ ଆଳତୀ  । ସବୁଦିନ ପରି ଆଜି ମଧ୍ୟ ଦ୍ବାରଫିଟା ନୀତି ସମ୍ପନ୍ନ ପରେ ମଙ୍ଗଳ ଆଳତୀ ନୀତି କରାଯାଇଛି  । ସେବାୟତମାନେ ଘଣ୍ଟି, ଧୂପ ଓ ମନ୍ତ୍ରୋପଚାରଣ ସହ ପତିତପାବନଙ୍କ ଆଳତୀ ସମ୍ପନ୍ନ କରିଛନ୍ତି । ଏହି ଦିବ୍ୟ ଆଳତୀ ଦର୍ଶନ ମାତ୍ରେ ସମସ୍ତ ପାପ କ୍ଷୟ ହୋଇ ଅପାର କରୁଣା ପ୍ରାପ୍ତ ହୋଇଥାଏ ବୋଲି ବିଶ୍ବାସ ରହିଛି  ।  

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.