thumbnail

By ETV Bharat Odisha Team

Published : Dec 25, 2023, 9:30 PM IST

ETV Bharat / Videos

ଅସମ୍ଭାଳ ଭିଡରେ ବେହାଲ ମନାଲି ଟ୍ରାଫିକ; ନଦୀ ଭିତରେ ଜିପ୍‌ ଚଲାଇ ଅଡୁଆରେ ପର୍ଯ୍ୟଟକ

Tourist enters Thar into Chandra River: ସିମଲା: ହିମାଚଳ ପ୍ରଦେଶ କୁଲୁ ଜିଲ୍ଲାରେ ପର୍ଯ୍ୟଟକଙ୍କ ନିୟମ ଉଲ୍ଲଙ୍ଘନ । ତୁଷାରପାତ ପାଇଁ ରାସ୍ତାଘାଟ ବନ୍ଦ ଥିବାରୁ ନିଜ ଜୀବନକୁ ବିପଦରେ ପକାଇ ନଦୀ ଭିତରେ ଜିପ୍‌ ଚଲାଇଲେ ପର୍ଯ୍ୟଟକ । ସୌଭାଗ୍ୟବଶତଃ ଚନ୍ଦ୍ରା ନଦୀରେ ପାଣି କମ ଥିବାରୁ ପର୍ଯ୍ୟଟକ ଜଣକ ନିଶ୍ଚିତ ଅଘଟଣରୁ ବର୍ତ୍ତିଯାଇଛନ୍ତି । ଏପରି କରିବାକୁ ସ୍ଥାନୀୟ ବାସିନ୍ଦା ତାଙ୍କୁ ବାରଣ କରିଥିବା ବେଳେ ସେ କାହା କଥା ନ ଶୁଣି ଏପରି କରିଥିଲେ । ଏବେ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।  

ଏହା ବି ପଢନ୍ତୁ-  ଇଲେକ୍ଟ୍ରିକ ସ୍କୁଟରରେ ପାରାଗ୍ଲାଇଡିଂ କଲେ ଯୁବକ, ଭିଡିଓ ଭାଇରାଲ

ମିଳିଥିବା ସୂଚନା ଅନୁସାରେ ଖ୍ରୀଷ୍ଟମାସ ଡେ' ପାଳନ କରିବା ପାଇଁ ହିମାଚଳ ପ୍ରଦେଶରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ଜମିଛି । ହେଲେ ତୁଷାରପାତ ଯୋଗୁଁ ଅଟଳ ଟନେଲଠୁ ଆରମ୍ଭ କରି ଲାହୌଲ ପର୍ଯ୍ୟନ୍ତ ଘାଟି ରାସ୍ତାକୁ ବନ୍ଦ କରାଯାଇଛଇ । ଏଭଳି ସ୍ଥିତିରେ ଟ୍ରାଫିକ ନିୟମକୁ ପାଳନ କରିବା ଲାଗି ସ୍ଥାନେ ସ୍ଥାନେ ପୋଲିସ କର୍ମୀ ମଧ୍ୟ ମୁତୟନ ଅଛନ୍ତି । ହେଲେ ରବିବାର ସନ୍ଧ୍ୟା ସମୟରେ ଦେଖିବାକୁ ମିଳିଥିଲା ଅଭାବନୀୟ ଘଟଣା । ଲାହୌଲ ଘାଟି ନିକଟ ଚନ୍ଦ୍ରା ନଦୀରେ ଭିତରେ ଦେଖିବାକୁ ମିଳିଥିଲା ଜଣେ ପର୍ଯ୍ୟଟକଙ୍କ ଜିପ୍‌ । ସେ ଟ୍ରାଫିକରୁ ବର୍ତ୍ତିବା ଲାଗି ନଦୀ ପାର କରିବା ଲାଗି ନଦୀ ଭିତରେ ଜିପ୍‌ ପୁରାଇଥିଲେ ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.