ସମ୍ପତ୍ତି ଆଗରେ ତୁଚ୍ଛ ସମ୍ପର୍କ, ମୃତ ବୃଦ୍ଧାଙ୍କ ଆଙ୍ଗୁଠି ଛାପ ନେଲେ ପରିବାର
🎬 Watch Now: Feature Video
ଲକ୍ଷ୍ନୌ: ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ପରିବାର ଲୋକେ କାଗଜରେ ତାଙ୍କ ଆଙ୍ଗୁଠି ଛାପ ନେଉଥିବା ଦେଖିବାକୁ ମିଳିଛି । ଏହି ଘଟଣାଟି ଉତ୍ତରପ୍ରଦେଶ ଆଗ୍ରା ଜିଲ୍ଲାର ହୋଇଥିବା ଜଣାପଡ଼଼ିଛି । ବୃଦ୍ଧା ମହିଳାଙ୍କ ନାତିଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କର ଆଈଙ୍କୁ ହତ୍ୟା କରାଯାଇଛି । ଡାକ୍ତରଖାନା ନେବା ବାହାନାରେ ତାଙ୍କ ଦିଅର ଓ ପୁଅ ମୃତ ବୃଦ୍ଧା ମହିଳାଙ୍କୁ ଘରୁ ବାହାରକୁ ନେଇଥିଲେ । ରାସ୍ତାରେ ଗାଡ଼ି ଅଟକାଇ ଓକିଲଙ୍କୁ ଡାକି ତାଙ୍କ ଆଙ୍ଗୁଠି ଛାପ ନେଇ ସମ୍ପତ୍ତି ହଡ଼ପ କରିଥିବା ସେ ଅଭିଯୋଗ କରିଛନ୍ତି । ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ବୃଦ୍ଧା ଜଣକ କାରରେ ଶୋଇବା ଅବସ୍ଥାରେ ରହିଛନ୍ତି ଏବଂ ଘଟଣାସ୍ଥଳରେ ୩ ଜଣ ବ୍ୟକ୍ତି ରହିଛନ୍ତି । ଏହାପରେ ବୃଦ୍ଧାଙ୍କ ଆଙ୍ଗୁଠି ଛାପ କୌଣସି ଏକ କାଗଜ ଉପରେ ମରାଯାଉଥିବା ଦେଖିବାକୁ ମିଳିଛି । ଆଈଙ୍କ ହତ୍ୟା ନେଇ ସେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ, ଘଟଣାର ତଦନ୍ତ କରାଯାଇନାହିଁ ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ସେ କହିଛନ୍ତି ।