thumbnail

Shocking Video: ଦାଣ୍ଡିଆ ଖେଳୁ ଖେଳୁ ଟଳି ପଡିଲେ ଯୁବକ, ଚାଲିଗଲା ଜୀବନ

By

Published : Oct 18, 2022, 10:48 PM IST

Updated : Feb 3, 2023, 8:29 PM IST

ଗାନ୍ଧୀନଗର: ଆନନ୍ଦର ସହକାରେ ନିଜ ବନ୍ଧୁଙ୍କ ସହିତ ଖେଳୁଥିଲେ ଦାଣ୍ଡିଆ । ଭିନ୍ନ ଅଙ୍ଗଭଙ୍ଗୀ ସାଙ୍ଗକୁ ଜମୁଥିଲା ଦାଣ୍ଡିଆ ନାଚ । ଆଉ ଏହାକୁ ସେଠାରେ ଉପସ୍ଥିତ ଥିବା ଲୋକେ ମଧ୍ୟ ଭରପୂର ମଜା ନେଉଥିଲେ । ଦୁଇ ବନ୍ଧୁଙ୍କ ଦାଣ୍ଡିଆ ନାଚରେ ଝୁମି ଯାଉଥିଲେ ଦର୍ଶକ । ହେଲେ ହଠାତ ଯାହା ହେଲା ତାହା ଦେଖି ନିଜ ଆଖିକୁ ମଧ୍ୟ ବିଶ୍ବାସ କରିପାରିଲେନି ଉପସ୍ଥିତ ବ୍ୟକ୍ତି । ସଙ୍ଗେ ସଙ୍ଗେ ନାଚୁଥିବା ମଣିଷଟି ନିମିଷକ ମାତ୍ରେ କିପରି ସ୍ଥାଣୁ ପାଲଟିଗଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା । ଯୁବକ ଜଣକ ନାଚୁ ନାଚୁ ଟଳିପଡ଼ିଥିବା ବେଳେ ତାଙ୍କର ପ୍ରାଣବାୟୁ ମଧ୍ୟ ଉଡ଼ିଯାଇଛି । ଏହି ବ୍ୟକ୍ତିଙ୍କ ମୃତ୍ୟୁକୁ ଉପସ୍ଥିତ ଲୋକେ ମଧ୍ୟ ସହଜରେ ଗ୍ରହଣ କରିପାରିନାହାନ୍ତି । ଗୁଜୁରାଟର ଦାହୋଡ଼ ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବ୍ୟକ୍ତି ଜଣକ ହୃଦଘାତରେ ପ୍ରାଣ ହରାଇଥିବା ଜଣାପଡ଼ିଛି ।
Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.