କାଠ ଆଣିବାକୁ ଜଙ୍ଗଲକୁ ଯାଇଥିଲେ ଯୁବକ, ଦଳି ମାରିଦେଲା ଦନ୍ତା - ହାତୀ ମଣିଷ ଲଢେଇ

🎬 Watch Now: Feature Video

thumbnail

By

Published : Feb 1, 2023, 12:48 PM IST

Updated : Feb 3, 2023, 8:39 PM IST

ଅନୁଗୋଳ: ଜିଲ୍ଲାରେ ଥମିବାର ନାଁ ନେଉନାହିଁ ହାତୀ- ମଣିଷ ଲଢେଇ । ଗତ କିଛି ଦିନ ହେବ ହାତୀ ଉପଦ୍ରବ ବୃଦ୍ଧି ପାଇଥିବା ବେଳେ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଉଛି । ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେରେ ମଣିଷର ଜୀବନ ହାନି ଏବେ ଚିନ୍ତାର ବିଷୟ ହେଉଛି । ଯାହାକୁ ନେଇ ଲୋକମାନଙ୍କ ମଧ୍ୟରେ ଆକ୍ରୋସ ମଧ୍ୟ ବଢିବାରେ ଲାଗିଛି । ତେବେ ଏହାରି ଭିତରେ ହାତୀ ଆକ୍ରମଣରେ ଆଜି ମଧ୍ୟ ଜଣକର ଜୀବନ ଯାଇଛି । 

ଏହା ମଧ୍ୟ ପଢନ୍ତୁ: Budget 2023: ବିଶ୍ୱ ବଜାରରେ ପହଞ୍ଚିବ ମାଣ୍ଡିଆ, ମିଲେଟକୁ ପ୍ରୋତ୍ସାହନ ପାଇଁ ଶ୍ରୀଅନ୍ନ

ଅନୁଗୋଳ ଜିଲ୍ଲାର ବନ୍ତଳା ବନାଞ୍ଚଳର ବସଲା ଗାଁରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ମୃତକ ଚାଷୀ ହେଲେ ଆଲା ସେଠୀ । ଆଲା ଗତକାଲି(ମଙ୍ଗଳବାର) ସକାଳେ କାଠ ଆଣିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। କିନ୍ତୁ ସେ ଆଉ ଘରକୁ ଫେରି ନଥିଲେ । ବହୁ ଖୋଜାଖୋଜି ପରେ ତାଙ୍କ ମୃତଦେହ ଜଙ୍ଗଲରୁ ମିଳିଥିଲା । ତେବେ ବନ୍ତଳ ବନାଞ୍ଚଳରେ କିଛି ଦିନ ହେଲା ହାତୀପଲ ଡେରା ପକାଇଛନ୍ତି । ତେବେ ସ୍ଥାନୀୟ ଲୋକେ ଜଙ୍ଗଲକୁ ଯାଉଥିବା ବେଳେ ଅନେକ ଲୋକଙ୍କ ମୃତ୍ୟୁ ହେଉଛି । ତେବେ ଆଲା ସେଠୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ବର୍ତ୍ତମାନ ସୁଦ୍ଧା ମଧ୍ୟ ଉତ୍ତେଜନା ଲାଗି ରହିଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏହାପରେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । 

ପ୍ରକାଶଥାଉକି, ଗତମାସ ୭ ତାରିଖ ଦିନ ଏକା ଦିନରେ ଚାରି ଜଣଙ୍କର ଜୀବନ ନେଇଥିଲା ହାତୀ । ଅନୁଗୋଳ ବନାଞ୍ଚଳର ଛେଳିଆପଡା, ଅଙ୍ଗାରବନ୍ଧ, ବାରସିଙ୍ଗା ଏବଂ ଗଡ଼ସନ୍ତ୍ରୀ ଗାଁରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ହାତୀ ବାଡ଼ି ବଗିଚାରେ କାମ କରୁଥିବା ଚାଷୀମାନଙ୍କୁ ଗୋଡ଼ାଇଗୋଡ଼ାଇ ମାରିଥିଲା । ଏହାପରେ ହିନ୍ଦୋଳ ଜଙ୍ଗଲକୁ ଚାଲି ଯାଇଥିଲା । ଗୋଟିଏ ପଟେ ଜୀବିକା ଓ ଅନ୍ୟପଟେ ଜୀବନ ଏଭଳି ଦୋଛକିରେ ରହୁଛନ୍ତି ଗ୍ରାମବାସୀ । ସନ୍ଧ୍ୟା ହେଲେ ଲୋକେ ତାଟି କବାଟ ଦେଇ ଘରେ ରହୁଛନ୍ତି ।

ଇଟିଭି ଭାରତ, ଅନୁଗୋଳ 

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.