ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଗଜପତି ମହାରାଜା

By

Published : Jun 27, 2023, 8:19 PM IST

thumbnail

ପୁରୀ: ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜା ରାଜ ପରିବାର ବର୍ଗଙ୍କ ସହ ଯାଇ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ପବିତ୍ର ନବମୀ ତିଥି ସନ୍ଧ୍ୟା ଦର୍ଶନ ଦିବସରେ ଗଜପତି ମହାରାଜା ସପରିବାର ଗୁଣ୍ଡିଚା ମନ୍ଦିର ଯାଇ ଆଡ଼ପ ମଣ୍ଡପରେ ଦର୍ଶନ କରିଛନ୍ତି । ତେବେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ମିଳିବା ବେଶ ସୌଭାଗ୍ୟର ବିଷୟ ବୋଲି ଗଜପତି ମହାରାଜା କହିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ଲାଗି ଭକ୍ତମାନଙ୍କ ପାଇଁ ସବୁ ଭଲ ବ୍ୟବସ୍ଥା ହୋଇଥିବା ଗଜପତି କହିଛନ୍ତି ।  

ସବୁ ବର୍ଷ ସବୁ ରାଜ ପରିବାର ସଦସ୍ୟ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସୁଯୋଗ ମିଳିନଥାଏ । ଚଳିତ ବର୍ଷ ମହାପ୍ରଭୁଙ୍କ କୃପାରୁ ଏହା ସମ୍ଭବ ହୋଇଛି । ପାଗ ବେଶ ଭଲ ଥିବାରୁ ଭକ୍ତମାନେ ଆନନ୍ଦରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ତେବେ ଆସନ୍ତାକାଲି ମଧ୍ୟ ବାହୁଡ଼ା ଯାତ୍ରାରେ ପାଗ ଏହି ଭଳି ଭଲ ରହିବ ବୋଲି ସେ ଆଶା କରୁଛନ୍ତି । ସେପଟେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଓ ତାଙ୍କ ପରିବାର ବର୍ଗ ମହାପ୍ରଭୁଙ୍କୁ ଦର୍ଶନ କରିବା ସାରା ବିଶ୍ଵ ପାଇଁ ଶୁଭପ୍ରଦ ବୋଲି ଜଗନ୍ନାଥ ସଂସ୍କୃତି ଗବେଷକ କହିଛନ୍ତି। ଗଜପତି ମହାରାଜା ଆଡ଼ପ ମଣ୍ଡପରେ ସାରା ବିଶ୍ଵର ମଙ୍ଗଳ ପାଇଁ ପ୍ରାର୍ଥନା କରିଥାନ୍ତି ।  

ଏହା ବି ପଢନ୍ତୁ-  ମହାପ୍ରଭୁଙ୍କ ଶେଷ ଆଡ଼ପ ଦର୍ଶନ, ଜମିଲା ଲକ୍ଷାଧିକ ଭକ୍ତଙ୍କ ଭିଡ଼

ଏଣୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ରାଣୀ ଲୀଳାବତୀ ପାଟମହାଦେଇ ମହାପ୍ରଭୁଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ କରିବା ସାରା ବିଶ୍ଵ ପାଇଁ ମଙ୍ଗଳ ବୋଲି ଜଗନ୍ନାଥ ସଂସ୍କୃତି ଗବେଷକ କହିଛନ୍ତି । ପୂର୍ବରୁ ଗଜପତି ମହାରାଜାମାନେ ନିଜେ ରଥଯାତ୍ରାକୁ ପରିଚାଳନା କରୁଥିଲେ । ସତ୍ୟ ଯୁଗରେ ରାଜା ଇନ୍ଦ୍ରଦ୍ୟୁମ୍ନ ମହାପ୍ରଭୁ ଏହି ନବମି ତିଥିରେ ସନ୍ଧ୍ୟା ବେଳେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିଥଲେ। ଏଣୁ ତାଙ୍କର ପରବର୍ତ୍ତୀ ପ୍ରତିନିଧି ଭାବେ ଗଜପତି ମହାରାଜା ମହାପ୍ରଭୁଙ୍କୁ ଦର୍ଶନ କରିବା ସାରା ବିଶ୍ଵ ପାଇଁ ଅତ୍ୟନ୍ତ ଶୁଭପ୍ରଦ ବୋଲି ଜଗନ୍ନାଥ ସଂସ୍କୃତି ଗବେଷକ କହିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.