thumbnail

By

Published : Apr 28, 2023, 4:14 PM IST

ETV Bharat / Videos

ଓଡିଶାରତ୍ନକୁ କିପରି ଭାରତରାତ୍ନ ମିଳିବ ସେନେଇ ପ୍ରୟାସ ଆରମ୍ଭ କର: ରାଜ୍ୟପାଳ

କଟକ: ଉତ୍କଳ ଗୌରବଙ୍କୁ ଝୁରୁଛି ଓଡିଶା । ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ୧୭୫ତମ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ, ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ ଉପସ୍ଥିତ ଥିଲେ । ଏହି କାର୍ଯ୍ଯକ୍ରମରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, RRR ଫିଲ୍ମ ଦେଖିଲେ ଜାଣି ପାରିବ ମଧୁବାବୁ କିଏ ? କେମିତି ଥିଲା ତାଙ୍କର ଗାରିମା । ଇଂଗ୍ରେଜମାନଙ୍କଠୁ ନିଜର ହକ୍‌ ଅଧିକାରର ଲଢେଇର ଯେଉଁ ଦୃଶ୍ୟ ଏହି ଫିଲ୍ମରେ ରହିଛି ତାହା ମଧୁବାବୁଙ୍କ କାର୍ଯ୍ୟ କଳାପ ସହ ମିଶି ଯାଉଛି । ଏହି ଫିଲ୍ମରେ ଥିବା ସମସ୍ତ ଦୃଶ୍ୟ ଯେପରି ବଳିଦାନ, ଦେଶ ପ୍ରେମ, ରାଜ୍ୟ ଓ ଜନ ସାଧାରଣଙ୍କ ପ୍ରତି ଭଲ ପାଇବା ରହିଛି ତାହା ଉତ୍କଳ ଗୌରବଙ୍କ ଚିନ୍ତାଧାରା ସହିତ ଖାପ ଖାଉଛି । ଉତ୍କଳ ଜନନୀ ରତ୍ନ ହେଉଛନ୍ତି ମଧୁବାବୁ । ହେଲେ ତାଙ୍କୁ କିପରି ଭାରତ ରତ୍ନ ମିଳିବ ସେନେଇ ପ୍ରୟାସ କରିବା ପାଇଁ ଲୋକଙ୍କୁ ଆହ୍ବାନ ଦେଇଛନ୍ତି । 

ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.