ନୂଆପଡ଼ାରେ ମାତିଛି ବାଘ, ଜଙ୍ଗଲକୁ ନଯିବାକୁ ବନ ବିଭାଗର ପରାମର୍ଶ - ନୂଆପଡ଼ାରେ ବାଘ ଆତଙ୍କ
🎬 Watch Now: Feature Video
ନୂଆପଡ଼ା: ଖଡ଼ିଆଳ ବନଖଣ୍ଡ ଅଧିନସ୍ଥ ବିଭିନ୍ନ ବନାଞ୍ଚଳ ଅଞ୍ଚଳରେ ମାତିଛି କଲରାପତରିଆ ବାଘ । ଆଜକୁ 2 ମାସ ହେବ ଗୋଟିଗୋଟି କରି ବିଭିନ୍ନ ଗାଁରେ ଆତଙ୍କ ଖେଳାଉଛି । 2 ମାସ ମଧ୍ୟରେ 20 ଗୋଟି ଗାଈ ବାଛୁରୀ ଝାମ୍ପି ଶିକାର କରିଥିବା ବେଳେ, ଜଣେ ମଣିଷକୁ ମଧ୍ୟ ଖାଇଛି । ରକ୍ତ ମୁଖା ହୋଇ ଗୋଟିଏ ପରେ ଗୋଟିଏ ଗାଁକୁ ଆକ୍ରମଣ କରିଚାଲିଛି ବାଘ । ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଚି ହୋଇଛି । ଚଳିତ ବର୍ଷ ସର୍ବ ପ୍ରଥମେ ସିନାପାଲି ବନାଞ୍ଚଳ ଅଧିନସ୍ଥ ହୀରାପୁର ଗ୍ରାମର ସେନାପତି ମାଝୀ ନାମକ ଯୁବକଙ୍କୁ ବାଘ ଆକ୍ରମଣ କରିଥିଲା । ପରେ ନୂଆପଡ଼ା ବନାଞ୍ଚଳ ନିକଟ ଲୋଡ୍ରା ଗାଁରେ ବାଘ ଆକ୍ରମଣ କରି ଗାଈ, ଘୁଷୁରୀ, ଛେଳିର ଶିକାର କରିଥିଲା । ସେହିଭଳି ଜଳମଡେଇ ଗାଁରେ ଘର ବାଡ଼ି ପଛପଟୁ ଜଣେ ବୃଦ୍ଧାଙ୍କୁ ଝାମ୍ପି ନେଇଥିଲା ବାଘ । ପରେ ଆମାନାରା, ତରିଆମହୁଆଭଟା, କୋଦପାଳି ଗାଁରେ ବାଘ ଆକ୍ରମଣ କରି 20ରୁ ଅଧିକ ଗୃହ ପାଳିତ ପଶୁ ଗାଈ, ବାଛୁରୀ, ଛେଳି, କୁକୁର, ଘୁଷୁରୀକୁ ଶିକାର କରିଥିଲା । ଜିଲ୍ଲାରେ ବାଘ ଆତଙ୍କ ନେଇ ଜନସାଧାରଣ ସଚେତନ ରହିବାକୁ ବନ ବିଭାଗ ପାଟ୍ରୋଲିଂ କରୁଛି । ଅପରପକ୍ଷେ ଗାଈ ବାଛୁରୀ ଜଙ୍ଗଲକୁ ନଛାଡିବାକୁ ବନ ବିଭାଗ ପରାମର୍ଶ ଦେଇଛି । ଏନେଇ ଆମ ନୂଆପଡ଼ା ପ୍ରତିନିଧି ମୋତିଲାଲ ବାଗ୍ ଖଡ଼ିଆଳ DFO ଶୁଶୀଳ କୁମାର ତ୍ରିପାଠୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ।
ଇଟିବି ଭାରତ, ନୂଆପଡ଼ା