ଜଗତସିଂହପୁର ସହରର ବଡ଼ବାଗ ଅଞ୍ଚଳରେ ଜମୁଛି ଲକ୍ଷ୍ମୀପୂଜା ଆସର
🎬 Watch Now: Feature Video
ଜଗତସିଂହପୁର: ସହରର ବଡ଼ବାଗ ଅଞ୍ଚଳରେ ଜମୁଛି ଲକ୍ଷ୍ମୀପୂଜାର ଆସର । ସହରର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଲୋକ ଏହି ପୂଜା ଦେଖିବାକୁ ଭିଡ଼ ଜମାଉଛନ୍ତି । ଜଗତସିଂହପୁର ମୁନିସିପାଲିଟି ଅଧିନସ୍ଥ ଏହି ଗ୍ରାମର ଗ୍ରାମବାସୀମାନେ ମାର୍ଗଶୀର ମାସର ଶେଷ ଗୁରୁବାରଠାରୁ ମା ଲକ୍ଷ୍ମୀଙ୍କ ପୂଜା ଆରାଧନାରେ ଲାଗିଥାନ୍ତି । 7ଦିନ ପର୍ଯ୍ୟନ୍ତ ଗ୍ରାମବାସୀମାନେ ପ୍ରତ୍ୟେକ ଦିନ ଅତି ନିଷ୍ଠାର ସହ ପୂଜା କରିଥାନ୍ତି । ସପ୍ତାହେ ବ୍ୟାପି ଧନଦାତ୍ରୀଙ୍କ ଆରାଧନାରେ ଏହି ଅଞ୍ଚଳ ଉତ୍ସଵ ମୁଖର ହୋଇଉଠେ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କୁ ବେଶ ଆକୃଷ୍ଟ କରିଥାଏ । ଇଟିଭି ଭାରତ, ଜଗତସିଂହପୁର
Last Updated : Feb 3, 2023, 8:35 PM IST