ଚାଲିଗଲେ ସୂର୍ଯ୍ୟ, ଝୁରୁଛନ୍ତି ସମର୍ଥକ
🎬 Watch Now: Feature Video
ଗଞ୍ଜାମ : ଦିଗପହଣ୍ଡିରେ ଶେଷ ଦର୍ଶନ କଲେ ସାଧାରଣ ଜନତା । ପୂର୍ବତନ ମନ୍ତ୍ରୀ, ବାଚସ୍ପତି, ବିଧାୟକ ତଥା ଶାସକ ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କର ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଆଜି ଦିଗପହଣ୍ଡିର ପୈତୃକ ଗ୍ରାମରେ ସମ୍ପୂର୍ଣ୍ଣ ଗାର୍ଡ ଅଫ୍ ଅନର ସହ ପଞ୍ଚଭୂତରେ ବିଲୀନ ହୋଇଛି ସୂର୍ଯ୍ୟଙ୍କ ପାର୍ଥିବ ଶରୀର । ପୁଅ ବିପ୍ଳବ ପାତ୍ର ମୁଖାଗ୍ନୀ ଦେଇଛନ୍ତି । ଶେଷକୃତ୍ୟ ସ୍ଥଳରେ ହଜାର ହଜାର ସମର୍ଥକ ଓ ଶୁଭେଚ୍ଛୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ନିଜର ପ୍ରିୟ ନେତାଙ୍କୁ ହରାଇ ସମସ୍ତେ ଆଖିରେ ଲୁହ ଏବଂ ଛାତିରେ କୋହ ଧରି ବାହୁନି ବାହୁନି କନ୍ଦୁଥିଲେ । ପ୍ରତିଟି ଜନତାଙ୍କ ମୁହଁରେ ଥିଲା ସୂର୍ଯ୍ୟ ବାବୁ ଅମର ରହେ ନାରା ।
ଏହା ମଧ୍ୟ ପଢନ୍ତୁ...ଅସ୍ତ ହୋଇଗଲେ ଗଞ୍ଜାମ ରାଜନୀତିର ସୂର୍ଯ୍ୟ, ବିଭିନ୍ନ ମହଲରେ ଶୋକର ଛାୟା
ଗତ କିଛି ଦିନ ହେବ ଚିକିତ୍ସାଧୀନ ଥିବା ସୂର୍ଯ୍ୟଙ୍କର ଗତକାଲି (ଶନିବାର) ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିଲା । ଆଜି ପୂର୍ବାହ୍ନରେ ବିଧାନସଭା ପରିସରରେ ସୂର୍ଯ୍ୟଙ୍କ ପ୍ରାର୍ଥିବ ଶରୀର ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ମନ୍ତ୍ରୀ ଓ ବିଭିନ୍ନ ଦଳର ନେତା ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଶୁଭେଚ୍ଛୁ ଓ ସମର୍ଥକଙ୍କ ଭିଡରେ ପାର୍ଟି ଅଫିସ ‘ଶଙ୍ଖ ଭବନ’ ଓ ଶେଷରେ ପୈତୃକଗ୍ରାମ ଦିଗପହଣ୍ଡି ପହଞ୍ଚିଥିଲା ସୂର୍ଯ୍ୟଙ୍କ ପ୍ରାର୍ଥୀବ ଶରୀର । ହଜାର ହଜାର ଶୁଭେଚ୍ଛୁ ସ୍ଥାନୀୟ ନେତା ଓ ସମର୍ଥକଙ୍କ ଗହଣରେ ଆଜି ଅପରାହ୍ନରେ ଅପରାହ୍ନରେ ସୂର୍ଯ୍ୟଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏହାକୁ ନେଇ ସେମାନଙ୍କ ସହ ଅଧିକ ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ପ୍ରତିନିଧି ସମୀର ଆଚାର୍ଯ୍ୟ ।
ଇଟିଭି ଭାରତ,ଗଞ୍ଜାମ