Train Accident: ରେଳ ଦୁର୍ଘଟଣା ପାଖ ଜମି ମାଲିକଙ୍କ କ୍ଷତିପୂରଣ ଦାବି
🎬 Watch Now: Feature Video
ବାଲେଶ୍ବର: ବାହାନଗା ଷ୍ଟେସନ ନିକଟରେ ଘଟିଥିବା ଦୁର୍ଘଟଣା ସ୍ଥଳର ପାଖ ଜମି ମାଲିକ ଦାବି କଲେ କ୍ଷତିପୂରଣ । ତାଙ୍କ ଜମିରେ ଭଙ୍ଗା ରେଳ ବଗି ସାଙ୍ଗକୁ ଗଦା ଗଦା ମର ଶରୀର ପଡ଼ିଛି । ଏହାସହ ଟ୍ରେନ ଲାଇନ ମରାମତି ଚାଲିଥିବା ବେଳେ ଯାହାସବୁ ଅଦରକାରୀ ଲୁହା ଖଣ୍ଡ ବାହାରୁଛି ସେସବୁ ଚାଷଜମିରେ ଫିଙ୍ଗା ଯାଉଥିବା ସେ ଅଭିଯୋଗ କରିଛନ୍ତି । ଯେଉଁଠି ମୃତଦେହ ପଡିଥିଲା ସେହି ଜମିରେ ଚାଷ କେମିତି ହେବ ଏବଂ ସେଠାରେ ଥିବା ଭଙ୍ଗାରୁଜା ବଗିଗୁଡିକ କେବେ ଉଠିବ ବୋଲି ଜମି ମାଲିକ ଭବେନ୍ଦୁ ଶେଖର ଉପାଧ୍ୟାୟ ପ୍ରଶ୍ନ କରିଛନ୍ତି । ଏହାସହ ତାଙ୍କ ଜମିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓହ୍ଲାଇବା ନେଇ ସେ ଖୁସି ବ୍ୟକ୍ତ କରିଥିବା ବେଳେ ତାଙ୍କ ଜମିରେ ଉଦ୍ଧାର କାର୍ଯ୍ୟ ବେଳେ ଯାହା ସବୁ ହୋଇଥିଲା ତାହାକୁ ନେଇ ସେ କୌଣସି ପ୍ରତିକ୍ରିୟାଶୀଳ ନୁହଁନ୍ତି ବୋଲି କହିଛନ୍ତି । ସେ କହିଛନ୍ତି ଯେ, ରେଳ ଲାଇନ କଡ଼ରେ ତାଙ୍କର ସାଢ଼େ ୬ ଏକର ଜମି ରହିଛି । ଯେଉଁଠି ଦୁର୍ଘଟଣା ରାତିରେ ଯାତ୍ରୀମାନଙ୍କୁ ଉଦ୍ଧାର କରାଯିବା ସହ ମୃତଦେହ ରଖା ଯାଇଥିଲା । ଏହାସହ ବଗି ରେଳ ଲାଇନରୁ ହଟାଇ ତାଙ୍କ ଜମିରେ ରଖା ଯାଇଛି। ଯାହାକୁ ନେଇ ଭବେନ୍ଦୁ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ବାଲେଶ୍ବର