କୁରାଳ ସମାଜ ପକ୍ଷରୁ କୁରାଳ ପଞ୍ଚମୀ ପାଳିତ - ଚିନ୍ଦାଗୁଡା କୁମ୍ଭକାର କୁରାଳ ସମାଜ
🎬 Watch Now: Feature Video
ନୂଆପଡା: ଜିଲ୍ଲାର ଖଡିଆଳ ବ୍ଲକ ଚିନ୍ଦାଗୁଡା କୁମ୍ଭକାର କୁରାଳ ସମାଜ ପକ୍ଷରୁ କୁରାଳ ପଞ୍ଚମୀ ବା କୁରାଳ ପୂଜା ରୀତିନିତିରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ 38ତମ କୁରାଳ ଯାତ୍ରା ହର୍ଷ ଉଲ୍ଲାସର ସହ ପାଳନ କରାଯାଉ ଥିବାବେଳେ କୁମ୍ଭକାରଙ୍କ ଇଷ୍ଟଦେବ ବ୍ରହ୍ମା ବିଷ୍ଣୁ ମହେଶ୍ବରଙ୍କ ସମେତ ଅଗ୍ରପୂଜ୍ୟ ଗଣନାଥ ଏବଂ ଆଦିମାତା ରୁଦ୍ରପାଳ ରତ୍ନଶ୍ବରୀଙ୍କ ପୂଜା କରାଯାଇଛି । ଏହା ବ୍ୟତୀତ କୁମ୍ଭକାରଙ୍କ ଚକକୁ ମଧ୍ୟ ପୂଜା କରାଯାଇଛି । ଯାହାକି ଚିନ୍ଦାଗୁଡା ଗ୍ରାମରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିପାରିଛି । ତେବେ ଏହି ପୂଜା କରିବା ଦ୍ବାରା ବିଶ୍ବ ଶାନ୍ତି ଓ ନିଜ ଗାଁ ଶାନ୍ତି ହେବା ସହ ପ୍ରତ୍ୟେକ କୁମ୍ଭକାର ପରିବାରର ରୋଗବ୍ୟାଧି ଦୂର ହେବ । ଏହାଛଡା ଘରକୁ ମହା ଲକ୍ଷ୍ମୀ ପ୍ରସନ୍ନ ହୋଇଥାଏ ବୋଲି କୁମ୍ଭକାର ସଂପ୍ରଦାୟର ବିଶ୍ବାସ ରହିଛି ।
ଇଟିଭି ଭାରତ, ନୂଆପଡା
Last Updated : Feb 3, 2023, 8:34 PM IST