ସୌମ୍ୟ ବନାମ ବିଜେଡି: ବ୍ୟଙ୍ଗରେ ବ୍ୟଙ୍ଗରେ ମଞ୍ଜ କଥା କହିଲେ କଳାକାର - ବ୍ୟଙ୍ଗରେ ସୌମ୍ୟ ବନାମ ୫ଟି ସଚିବ

🎬 Watch Now: Feature Video

thumbnail

By ETV Bharat Odisha Team

Published : Sep 14, 2023, 7:08 AM IST

ଖୋର୍ଦ୍ଧା: ରାଜ୍ୟରେ ସୌମ୍ୟ ବନାମ ବିଜେଡି ନେଇ ଜୋର ଧରିଛି ଚର୍ଚ୍ଚା । ଖଣ୍ଡପଡା ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଦଳର ଉପସଭାପତି ପଦରୁ ହଟିବା ପରେ ରାଜନୀତି ସରଗରମ ରହିଛି । ସୌମ୍ୟ ଗତ କିଛି ଦିନ ଧରି ୫-ଟି ସଚିବଙ୍କୁ ସମାଲୋଚନା ଜାରି ରଖିଥିଲେ । ସମ୍ପାଦକୀୟରେ ସଚିବଙ୍କ ଜିଲ୍ଲା ଗସ୍ତ ଉପରେ ପ୍ରଶ୍ନ ଉଠାଇଥିଲେ । ମନ୍ତ୍ରୀ ବଡ ନା ସଚିବ ବଡ ବୋଲି ପଚାରିଥିଲେ  । ବାରମ୍ବାର ୫-ଟି ସଚିବଙ୍କୁ ଟାର୍ଗେଟ କରିବା ପାଇଁ ତାଙ୍କୁ ଶେଷରେ ଉପସଭାପତି ପଦ ହରାଇବାକୁ ପଡିଛି । ରାଜ୍ୟ ରାଜନୀତିରେ ଚାଲିଥିବା ଏହି ହଟଚମଟକୁ ବ୍ୟଙ୍ଗ ମାଧ୍ୟମରେ ବଖାଣିଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କଣ୍ଟାବାଡ଼ ପଞ୍ଚାୟତ ମଲିପଦର ଗ୍ରାମର ବ୍ୟଙ୍ଗ କବି ବାପି ମହାପାତ୍ର । ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଦିନକୁ ଦିନ କେଉଁ ଆଡକୁ ଯାଉଛି ତାହାକୁ ବ୍ୟଙ୍ଗ କବିତା ମାଧ୍ୟମରେ କହିଛନ୍ତି । ପୂର୍ବରୁ ମଧ୍ୟ ଅନେକ ବ୍ୟଙ୍ଗ କବିତା ମାଧ୍ୟମରେ ଲୋକଙ୍କ ଅତି ନିକଟତର ହୋଇଥିଲେ ବାପି । ଏବେ ପୁଣିଥରେ ସାମ୍ପ୍ରତିକ ପରିସ୍ଥିତିକୁ ନେଇ ବ୍ୟଙ୍ଗ କବିତା ମାଧ୍ୟମରେ ଲୋକ ତଥା ସମାଜକୁ ସଚେତନତା ବାର୍ତ୍ତା ଦେବାକୁ ପ୍ରୟାସ ଜାରି ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସୌମ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବିଜେଡି ପାଇଁ ଅଡୁଆ ବଢାଇବ: ପଞ୍ଚାନନ

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.