thumbnail

ନିଆରା କଳାକାର ବୀର କିଶୋର, ନାକରେ ବଜାନ୍ତି ବାଜା

By ETV Bharat Odisha Team

Published : Sep 7, 2023, 7:53 PM IST

ଖୋର୍ଦ୍ଧା: ନାକରୁ ବାହାରୁଛି ବାଦ୍ୟଯନ୍ତ୍ରର ସ୍ବର । କୌଣସି ବାଦ୍ୟଯନ୍ତ୍ର ନୁହେଁ, ବରଂ ବାଦ୍ୟଯନ୍ତ୍ର ଭଳି ଅବିକଳ ନକଲ କରି ନାକ ଯୋଗେ ବାହାରୁଛି ସଙ୍ଗୀତ । ଆଉ ଏହି କଳା ଏବେ ତାଙ୍କୁ ବିଭିନ୍ନ ସ୍ଥାନରେ ସ୍ଵତନ୍ତ୍ର ପରିଚୟ ଦେଇଛି । ଏଭଳି କିଛି ନିଆରା କରି ଦେଖାଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଳକ ଶିମୋର ପଞ୍ଚାୟତ ଅନ୍ତର୍ଗତ ଗଁପୁର ଗ୍ରାମର ବୀର କିଶୋର ମହାପାତ୍ର । 

ବୀର କିଶୋର ଜଣେ ପାଲା କଳାକାର । ନିଜ କଳା ପ୍ରଦର୍ଶନ ପାଇଁ ସେ ରାଜ୍ୟର ବିଭିନ୍ନ ସ୍ଥାନ ଯାଉଥିଲେ । କିନ୍ତୁ ଫୁଲବାଣୀ ଅଞ୍ଚଳର ଜଣେ କଳାକାର ଏପରି ନାକରେ ବାଦ୍ୟଯନ୍ତ୍ରର କଳା କାଢ଼ୁଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିଲେ । ତାଙ୍କଠାରୁ ଏହି କଳା ଶିକ୍ଷାଲାଭ କରି ବିଭିନ୍ନ ମଞ୍ଚରେ ନିଜ କଳା ପ୍ରଦର୍ଶନ କରୁଛନ୍ତି । ଏବେ ସ୍ଥାନୀୟ ଅଞ୍ଚଳରେ ନିଜ କଳା ମାଧ୍ୟମରେ ନାକ ଯୋଗେ ଗୀତ ଗାଇ ସେ ଚର୍ଚ୍ଚାକୁ ଆସିଛନ୍ତି । ବୀରକିଶୋରଙ୍କ ପରିବାର କହିଲେ ପତ୍ନୀ, ପୁଅବୋହୂ ଓ ନାତି । ବୀର କିଶୋରଙ୍କର ପିଲାଟି ଦିନୁ ଅଭିନୟ ଓ ସଙ୍ଗୀତ ପ୍ରତି ରୁଚି ରହିଥିବାବେଳେ ବିଭିନ୍ନ ଯାତ୍ରାପାର୍ଟିରେ ଡୁଏଟ୍‌ କରି ଜୀବିକା ନିର୍ବାହ କରିଥାନ୍ତି ।  

ଏହା ବି ପଢନ୍ତୁ- ଚର୍ଚ୍ଚାରେ ବୌଦ୍ଧର ଗୁପଚୁପ ବିକାଳି: ଗୀତ ଗାଇ ବିକୁଛନ୍ତି ଖାଦ୍ୟ, ପକ୍ଷୀଙ୍କ ଅବିକଳ ସ୍ବର କରୁଛନ୍ତି

ଏହା ବ୍ୟତୀତ ଚାଷ କାମ ଓ ନିଶାରେ ପାଲାରେ ସଙ୍ଗୀତ ପାଳିଆ ଭାବରେ କାର୍ଯ୍ୟ କରି ଆସୁଛନ୍ତି । ତାଙ୍କ ମନରେ ଯେତେ ଦୁଃଖ ଥିଲେ ମଧ୍ୟ ଆଜକୁ 20 ବର୍ଷ ହେବ ସେ ଏହି ସାଧନା ଜାରି ରଖିଥିବା ସେ କହିଛନ୍ତି । ନାକରେ ସଙ୍ଗୀତ ଓ ଅବିକକ ଗୀଟାର ଧ୍ବନୀ ଦେଇ ଓଡ଼ିଆଙ୍କ ପ୍ରସିଦ୍ଧ ଜଗନ୍ନାଥ ଜଣାଣ ଆହେ ନୀଳ ଶଇଳ, ବାହାରୋ ଫୁଲ ବର୍ଷାଏ ଗୀତକୁ ପରିବେଷଣ କରି ସାଧାରଣରେ ପ୍ରଶଂସା ସାଉଣ୍ଟୁଛନ୍ତି । କିନ୍ତୁ ଏହିଭଳି ବଣମଲ୍ଲି ଭଳି ଭଳି ବଣରେ ରହିଥିବା ଏହି ଅନନ୍ୟ ପ୍ରତିଭାଧାରୀ ବୀରକିଶୋର କଳାକାରଙ୍କ ପାଇଁ ଭତ୍ତାଟିଏ ହୋଇପାରିନି ।  

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.