Chandrayaan 3 Success: ଇସ୍ରୋ ବୈଜ୍ଞାନିକଙ୍କୁ ସମ୍ବର୍ଦ୍ଧିତ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ - ବୈଜ୍ଞାନିକଙ୍କୁ ସମ୍ବର୍ଦ୍ଧିତ

🎬 Watch Now: Feature Video

thumbnail

By ETV Bharat Odisha Team

Published : Aug 24, 2023, 12:15 PM IST

ବେଙ୍ଗାଲୁରୁ: ଚନ୍ଦ୍ରରେ ଚନ୍ଦ୍ରାଯାନ 3ର ଅବତରଣ ପରେ ଏହି ଐତିହାସିକ ସଫଳତା ହାସଲ କରିଛି ଭାରତ । ମହାକାଶ ଗବେଷଣା କ୍ଷେତ୍ରରେ ଚନ୍ଦ୍ରରେ ଅବତରଣ କରିବାରେ ବିଶ୍ବର ଚତୁର୍ଥ ରାଷ୍ଟ୍ର ଭାବେ ସ୍ଥାନ ପାଇଛି ଭାରତ । ଏହାକୁ ନେଇ ପ୍ରତିଟି ଭାରତୀୟ ଆଜି ନିଜକୁ ଗର୍ବିତ ଅନୁଭବ କରୁଛନ୍ତି । ବୈଜ୍ଞାନିକଙ୍କ କଠିନ ପରିଶ୍ରମ ଯୋଗୁଁ ଚନ୍ଦ୍ରରେ ପହଞ୍ଚିଛି ଭାରତ । ଏହି ସଫଳତା ପାଇଁ ଆଜି ଇସ୍ରୋ ପରିଦର୍ଶନ କରି ଏସ୍ ସୋମନାଥଙ୍କ ସମେତ ପୁରା ଟିମକୁ ସମ୍ବର୍ଦ୍ଧିତ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ଫୁଲତୋଡା, ପଗଡୀ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ଏଥିସହ ଇସ୍ରୋର ସମସ୍ତ ବୈଜ୍ଞାନିକଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ବୁଧବାର ସନ୍ଧ୍ୟାରେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଇସ୍ରୋ ପରିଦର୍ଶନ କରି ଏସ୍ ସୋମନାଥ, ୟୁଆର ରାଓ ସ୍ପେସ ସେଣ୍ଟର ଡାଇରେକ୍ଟର ଶଙ୍କରନଙ୍କ ସମେତ ଅନ୍ୟ ବୈଜ୍ଞାନିକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଓ ପ୍ରଶଂସା ମଧ୍ୟ କରିଥିଲେ। 

ଏହା ମଧ୍ୟ ପଢନ୍ତୁ-Chandrayaan-3 Success: ୨୬ରେ ଇସ୍ରୋ ପରିଦର୍ଶନ କରିବେ ମୋଦି, ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇବେ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.