କଳାହାଣ୍ଡିବାସୀ ଦେଖିଲେ ହକି ବିଶ୍ୱକପର ସିଧାପ୍ରସାରଣ - ସବୁଠି ବିଶ୍ୱକପ ହକିର କ୍ରେଜ
🎬 Watch Now: Feature Video
ଭବାନୀପାଟଣା: ସହରାଞ୍ଚଳରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ବିଶ୍ୱକପ ହକିର କ୍ରେଜ ଦେଖିବାକୁ ମିଳିଛି । ଗାଁ ଗାଁ ରେ ଟିଭି ଓ ଏଲଇଡି ସ୍କ୍ରିନ ମାଧ୍ୟମରେ ବିଶ୍ୱକପ ହକିର ଦୃଶ୍ୟ ଦେଖିଲେ ଲୋକେ । କଟକରେ ପୁରୁଷ ହକି ବିଶ୍ବକପର ଉଦଘାଟନୀ ସମାରୋହ ହୋଇଥିଲା । ଅପରାହ୍ନରେ କଟକର ବାରବାଟୀ ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦଘାଟନୀ ସମାରୋହ ଆରମ୍ଭ ହୋଇଥିଲା । ଉଦଘାଟନୀ କାର୍ଯ୍ୟକ୍ରମର ସାମୁହିକ ଭାବରେ ବଡ ସ୍କ୍ରିନ୍ ମାଧ୍ୟମରେ ଲାଇଭ୍ ଷ୍ଟିମିଙ୍ଗ୍ ଦେଖିବାର ସୁଯୋଗ ଯେପରି କଳାହାଣ୍ଡିବାସୀ ପାଇବେ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିଲା ସ୍ବତନ୍ତ୍ର ବ୍ୟବସ୍ଥା ।
Last Updated : Feb 3, 2023, 8:38 PM IST