ଆନ୍ଦୋଳନକାରୀ-ପୋଲିସ ଧସ୍ତାଧସ୍ତି; ଦୁଇଜଣ ପୋଲିସ କର୍ମଚାରୀ ଆହତ - ଦୁଇଜଣ ପୋଲିସ କର୍ମଚାରୀ ଆହତ

🎬 Watch Now: Feature Video

thumbnail

By

Published : Apr 26, 2023, 10:24 PM IST

ନୂଆପଡା: ଏସିପିଙ୍କ କାର୍ଯ୍ୟାଳୟ ଘେରିଲେ ନୂଆପଡା ଜନତା ଦରବାର ସଂଘ । ଘେରାଉ ବେଳେ ପୋଲିସ ସୁରକ୍ଷା ବାହିନୀ ସହିତ ଆନ୍ଦୋଳନକାରୀଙ୍କ ମଧ୍ୟରେ କିଛି ସମୟ ଠେଲା ପେଲା ଧସ୍ତାଧସ୍ତି ହୋଇଥିଲା । ଯେଉଁଥିରେ ଦୁଇଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଗତ ମାର୍ଚ୍ଚ ମାସ 4 ତାରିଖ ଦିନ ରାତ୍ରିରେ ଜ୍ୟୋଙ୍କ ଥାନା ଅନ୍ତର୍ଗତ ବିରୋମାଲ ଗାଁର ଦିଗେଶ୍ୱର ବିଭାର ନାମକ ଯୁବକଙ୍କ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ପୋଲିସ କହିଛି ।  ଅପରପକ୍ଷେ ମୃତ ଯୁବକଙ୍କ ପରିବାର ଲୋକେ ଏହାଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଲେ । ଏହାସହ ତୁରନ୍ତ ହତ୍ୟାକାରୀକୁ ପୋଲିସ ଗିରଫ କରିବାପାଇଁ ଦାବି କରିଆସୁଛନ୍ତି । ହେଲେ ଜ୍ୟୋଙ୍କ ପୋଲିସ ହତ୍ୟା ଅଭିଯୋଗକୁ ଗୁରୁତ୍ୱ ନ ଦେଇ ହତ୍ୟାକାରୀକୁ ଗିରଫ କରୁ ନଥିବା ଅଭିଯୋଗ କରୁଛନ୍ତି ଆନ୍ଦୋଳନକାରୀ । ଏହାର ପ୍ରତିବାଦରେ ଆଜି ଶତାଧିକ ଆନ୍ଦୋଳନକାରୀ ନୂଆପଡା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । 

ଇଟିଭି ଭାରତ, ନୂଆପଡା

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.