thumbnail

By ETV Bharat Odisha Team

Published : Aug 30, 2023, 5:10 PM IST

ETV Bharat / Videos

ଯୋଡ଼ାମୁଣ୍ଡ ଅସ୍ତ୍ରୋପଚାରରେ ବଳିଆଠାରୁ ଅଲଗା ହୋଇଥିଲା ଜଗା, ଆଜି ରାକ୍ଷୀ ବନ୍ଧିଲା ଭଉଣୀ ସୁଭଦ୍ରା

କନ୍ଧମାଳ: ଆଜି ହେଉଛି ପବିତ୍ର ରକ୍ଷା ବନ୍ଧନ l ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଜୀବନ ସାରା ଭାଇ ଠାରୁ ସୁରକ୍ଷାର ବଚନ ନେଇଥାଏ l ଫୁଲବାଣୀ ଶିଶୁ ୱାର୍ଡର କଟେଜରେ ଯୋଡ଼ା ମୁଣ୍ଡ ଶିଶୁ ଜଗା ହାତରେ ରାକ୍ଷୀ ବାନ୍ଧିଛି ତାର ସୁନା ଭଉଣୀ ସୁଭଦ୍ରା l ଜଗା ନିଜ ଭଉଣୀଠାରୁ ରାକ୍ଷୀ ବାନ୍ଧିବା ପରେ ବେଶ୍ ଖୁସି ଅନୁଭବ କରିଥିଲା l ଜଗାକୁ ଛାଡ଼ି ବଳିଆ ଚାଲିଯିବା ପରେ ଜଗା ଘରକୁ ସାନ ଭଉଣୀ ସୁଭଦ୍ରା ଆସିଥିଲା । ତାକୁ ଦେଖି ଜଗା ବହୁତ ଖୁସି ହୋଇଥିଲା ବଳିଆର ବିୟୋଗ ପରେ ଜଗା ମନରେ ଦୁଖଃ ଥିଲା, ଭଉଣୀକୁ ପାଇ ଜଗା ସେହି ଦୁଃଖକୁ ଭୁଲିଯାଇଛି  l ଆଜି ରକ୍ଷା ବନ୍ଧନରେ ଭଉଣୀ ହାତରୁ ରାକ୍ଷୀ ପିନ୍ଧି ଜଗା ବେଶ୍ ଖୁସି ହୋଇ ଥିବା ଜଗାର ମା ପୁଷ୍ପାଞ୍ଜଳି କହଁର ଓ ବାପା ଭୂୟାଁ କହଁର କହିଛନ୍ତି ।

ଏହା ବି ପଢ଼ନ୍ତୁ ଜଗାକୁ ଏକା କରି ଚାଲିଗଲା ବଳିଆ  

ସୂଚନାଯୋଗ୍ୟ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିମିରିଗୁଡା ପଞ୍ଚାୟତ ବିଲୁପଦର ଗ୍ରାମରେ ଭୂୟାଁ କହଁର ଓ ପୁଷ୍ପାଞ୍ଜଳିଙ୍କ ଔରସରୁ ଯୋଡାମୁଣ୍ଡ ଶିଶୁ ଜନ୍ମ ନେଇଥିଲେ । ଯୋଡା ମୁଣ୍ଡକୁ ଅଲଗା କରିବା ପାଇଁ ରାଜ୍ୟ ସରକାର ସ୍ଥିର କରିବା ସହ ଅସ୍ତ୍ରୋପଚାରର ସମସ୍ତ ଖର୍ଚ୍ଚ ବହନ କରିଥିଲେ । ରାଜ୍ୟ ସରକାର 2017 ଅକ୍ଟୋବରରେ ଦିଲ୍ଲୀ ଏମସ୍‌ରେ ଯୋଡ଼ା ମୁଣ୍ଡ ଶିଶୁ ଜଗା ବଳିଆର ବିରଳ ଅସ୍ତ୍ର ପ୍ରଚାର କରାଯାଇଥିଲା । ଯାହା ଫଳରେ ଯୋଡା ମୁଣ୍ଡ ଶିଶୁଙ୍କୁ ଅଲଗା କରାଯାଇଥିଲା । କିଛି ଦିନ ଦିଲ୍ଲୀ ଏମସ୍‌ରେ ଚିକିତ୍ସା ହେବା ପରେ ଉଭୟଙ୍କୁ କଟକ ଏସ୍‌ସିବି ମେଡିକାଲ ଅଣାଯାଇଥିଲା  । ଦୁଃଖର ବିଷୟ ହେଲା ଗତ ୨୦୨୦ ନଭେମ୍ବର ୨୫ ତାରିଖରେ ବଳିଆର ମୃତ୍ୟୁ ଘଟିଥିଲା ।  

ଇଟିଭି ଭାରତ,କନ୍ଧମାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.