India Book of Records: ୬ମିଟର ଲମ୍ବା କପଡ଼ାରେ ମେହେନ୍ଦୀ କରି ମଧ୍ୟପ୍ରଦେଶ ଝିଅଙ୍କ ରେକର୍ଡ - କପଡ଼ାରେ ମେହେନ୍ଦୀ

🎬 Watch Now: Feature Video

thumbnail

By

Published : May 8, 2023, 10:31 PM IST

ଭୋପାଳ: ହାତରେ ମେହେନ୍ଦୀ ଲଗାଇବା ମେହେନ୍ଦୀ ଡିଜାଇନରଙ୍କ ପାଇଁ ସହଜ ହୋଇଥାଏ । ହେଲେ ଏଠାରେ ମଧ୍ୟପ୍ରଦେଶ ଜବଲପୁରର ଝିଅ ଅନୁଶ୍ରୀ ବିଶ୍ବକର୍ମା କପଡ଼ାରେ ମେହେନ୍ଦୀ କରି ହାତେଇଛନ୍ତି ସଫଳତା । ଏକ ଲମ୍ବା କପଡ଼ାରେ ଆକର୍ଷଣୀୟ ମେହେନ୍ଦୀ ଡିଜାଇନ କରିଥିବାରୁ ସେ ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ନିଜ ନାମକୁ ପକ୍କା କରିଛନ୍ତି । ସେ ୬ମିଟର ଲମ୍ବ କପଡାରେ ଶ୍ରୀରାମଚନ୍ଦ୍ରଙ୍କ ଫଟୋଚିତ୍ର ମେହେନ୍ଦୀ ସାହାଯ୍ୟରେ ଆଙ୍କିଛନ୍ତି । ଅନୁଶ୍ରୀ ବୃତ୍ତିରେ ଜଣେ ସଫ୍ଟୱେର ଇଞ୍ଜିନିୟର ହୋଇଥିବା ବେଳେ ସେ ହାଇଦ୍ରାବାଦ ସ୍ଥିତ ଏକ କମ୍ପାନୀରେ କାର୍ଯ୍ୟ କରୁଛନ୍ତି । ତେବେ ଖାଲି ସମୟ ମିଳିଲେ ସେ ମେହେନ୍ଦୀ କରିବାକୁ ପସନ୍ଦ କରିଥାନ୍ତି । ମେହେନ୍ଦୀରେ କିଛି ସ୍ବତନ୍ତ୍ର ଡିଜାଇନ କରିବାକୁ ସେ ସର୍ବଦା ଚାହୁଁଥିଲେ । କୋଭିଡ ମହାମାରୀ ସମୟରେ ଘରେ ରହିଥିବା ସମୟରେ ଏପରି ଭିନ୍ନ କାର୍ଯ୍ୟ କରି ସେ ଏହି ରେକର୍ଡ କରିଥିବା କହିଛନ୍ତି । ତେବେ ଆଗକୁ ସେ ଗିନିଜ ୱାର୍ଲ୍ଡ ରେକର୍ଡ ଓ ଏସିଆ ବୁକ ଅଫ ରେକର୍ଡ୍ସରେ ରେକର୍ଡ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ।  

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.